କନକ ବ୍ୟୁରୋ: ପ୍ରଥମେ ଗୁରୁବାର ଦିନ ବିଧାନସଭାରେ ହନିଟ୍ରାପ୍‌କୁ ନେଇ ସମବାୟ ମନ୍ତ୍ରୀ ରାଜେନ୍ଦ୍ର ରାଜାନ୍ନାଙ୍କ ବୟାନ । ପରେ ଆଜି ଅନ୍ୟ ପ୍ରମୁଖ କଂଗ୍ରେସ ବିଧାୟକ ସତୀଶ ଜାକରହୋଲିଙ୍କ ଅଭିଯୋଗ ପୂରା ଘଟଣାକୁ ଆହୁରି ରୋଚକ କରିଛି । କଂଗ୍ରେସ ସରକାରରେ ଥିଲେ ମଧ୍ୟ ତାଙ୍କର ଦଳୀୟ ମନ୍ତ୍ରୀ ଓ ବିଧାୟକଙ୍କ ଅଭିଯୋଗ ନେଇ ବିଜେପି ଶାସକ ଦଳକୁ ଘେରିଛି ।

Advertisment

ଗତକାଲି ମନ୍ତ୍ରୀ ରାଜାନ୍ନା ହନି ଟ୍ରାପ ଭଳି ଗୁରୁତର ଅଭିଯୋଗ କରିବା ସହିତ ଏଥିରେ ୪୮ଜଣ ନେତା ଫଶିଛନ୍ତି ବୋଲି ବୟାନ ଦେଇଥିଲେ । ଗତକାଲି ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏହି ସର୍ମ୍ପକରେ ବିଧିବଦ୍ଧ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହନିଟ୍ରାପ୍‌ ଓ ସିଡିକାଣ୍ଡ କର୍ଣ୍ଣାଟକ ରାଜନୀତିରେ କିଛି ନୂଆ କଥା ନୁହେଁ । ପୂର୍ବରୁ ବିଜେପି ଓ ଜେଡିଏସ ସରକାର ଥିବା ସମୟରେ ମଧ୍ୟ ଏଭଳି ଘଟଣା ଘଟିଛି । ମାତ୍ର ଏଥର ଘଟଣା କିଛି ଅଲଗା । ନିଜ ଦଳର ସରକାରର ଜଣେ ମନ୍ତ୍ରୀ ଏଭଳି ଅଭିଯୋଗ କଂଗ୍ରେସ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି ।