ଦାଦନ ଖଟିବାକୁ ଯାଇ ୮ମାସର ଗର୍ଭବତୀଙ୍କୁ ତେଲେଙ୍ଗାନାରେ ନିର୍ଯାତନା । ସମାଜସେବୀଙ୍କ ସହାୟତାରେ ଉଦ୍ଧାର ହେଲେ ଟିଟିଲାଗଡରର ଦମ୍ପତ୍ତି

୮ ମାସର ଗର୍ଭବତୀ ମହିଳା ଓ ତାଙ୍କ ସ୍ଵାମୀଙ୍କୁ ଦାଦନ ଖଟିବା ଜାଗାରେ ନିର୍ଯାତନା ଦିଆଯାଉଥିଲା। ଘରକୁ ଫେରିଯିବା କଥା କହିଲେ ଗାଳି ଗୁଲଜ କରାଯାଉଥିଲା । ୮ ମାସର ଗର୍ଭବତୀ ହୋଇଥିବା ସତ୍ବେ ତାଙ୍କୁ କାମ କରିବାକୁ ବାଧ୍ୟ କରାଯାଉଥିଲା। ଏପରିକି ଦେହ ଖରାପ ଥିଲେ ମଧ୍ୟ ଖୁବ୍ କାମ କରାଉଥିଲେ ମାଲିକ।

sfdgsdfd

କନକ ବ୍ୟୁରୋ : ଦାଦନର ଯନ୍ତ୍ରଣା । ୮ ମାସର ଗର୍ଭବତୀ ମହିଳାଙ୍କୁ ଦାଦନ ଖଟିବା ଜାଗାରେ ନିର୍ଯାତନା । ଟିଟିଲାଗଡ଼ ବ୍ଲକ ଦିକସିରା ଗ୍ରାମର ଜଣେ ମହିଳା ଗତ ସେପ୍ଟେମ୍ବରରେ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲେ। ଦାଦନ ସର୍ଦାର କହିଥିଲା ହୋଲି ସମୟରେ ଫେରାଇ ଆଣିବ। କିନ୍ତୁ ହୋଲି ସରିଲା ପରେ ବି ଫେରାଇ ଆଣିବାକୁ ନାରାଜ । ୮ ମାସର ଗର୍ଭବତୀ ମହିଳା ଓ ତାଙ୍କ ସ୍ଵାମୀଙ୍କୁ ଦାଦନ ଖଟିବା ଜାଗାରେ ନିର୍ଯାତନା ଦିଆଯାଉଥିଲା। ଘରକୁ ଫେରିଯିବା କଥା କହିଲେ ଗାଳି ଗୁଲଜ କରାଯାଉଥିଲା । ୮ ମାସର ଗର୍ଭବତୀ ହୋଇଥିବା ସତ୍ବେ ତାଙ୍କୁ କାମ କରିବାକୁ ବାଧ୍ୟ କରାଯାଉଥିଲା। ଏପରିକି ଦେହ ଖରାପ ଥିଲେ ମଧ୍ୟ ଖୁବ୍ କାମ କରାଉଥିଲେ ମାଲିକ। ତେଲେଙ୍ଗାନାରେ ଗୋଟିଏ ଇଟା ଭାଟିରେ କାମ କରୁଥିଲେ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ଵାମୀ। ଏପରିକି ଗୋଟିଏ ଦିନ ଛୁଟି ମିଳୁନଥିଲା। ଏପରିକି ପିଲା ଜନ୍ମ ହେବା ପରେ ହିଁ ଛୁଟି ମିଳିବ ବୋଲି ଇଟାଭାଟି ମାଲିକ କହିଥିଲେ। ଦାଦନ ସର୍ଦାରକୁ କହିବାରୁ ସେ ମଧ୍ୟ ନବୁଝି, ଅଭଦ୍ର ଭାଷାରେ ଗାଳି କରିଥିଲା। ଶେଷରେ ମହିଳା ଜଣକ ସହି ନପାରି ଭିଡିଓ ମାଧ୍ୟମରେ କଂଗ୍ରେସ ନେତା ତଥା ସମାଜ ସେବୀ ବିରେନ୍ଦ୍ର ବାଗଙ୍କୁ ଗୁହାରି କରିଥଲେ। ଏହାପରେ ବିରେନ୍ଦ୍ର ବାଗ ଉପଜିଲ୍ଲାପାଳଙ୍କୁ ଘଟଣା ବିଷୟରେ ଜଣାଇ ଉଦ୍ଧାର କରାଇବାକୁ ଦାବି କରିଥିଲେ। ଏହାପରେ ସମ୍ପୃକ୍ତ ଦମ୍ପତି ତେଲେଙ୍ଗାନାରୁ ଉଦ୍ଧାର ହୋଇ ଓଡ଼ିଶା ଆସିବାରେ ସଫଳ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ସେମାନେ ଟିଟିଲାଗଡ ପହଞ୍ଚିଛନ୍ତି। କ୍ୟାମେରା ଆଗରେ ମହିଳା ଜଣକ ନିଜ ଦୁଃଖର କାହାଣୀ କହିଛନ୍ତି। ମହିଳା ଜଣକ ୮ ମାସ ଗର୍ଭବତୀ ଥିବା ବେଳେ ତାଙ୍କ ହେମୋଗ୍ଲୋବିନ୍ ସଂଖ୍ୟା ବହୁତ କମ୍ ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe