ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା : ଏହି କାରଣ ପାଇଁ ହୋଇଥିଲା ପ୍ଲେନ୍ କ୍ରାସ୍

Advertisment

ସକାଳ ପ୍ରାୟ ୮ଟା ୮ ମିନିଟ୍ ସମୟରେ ବିମାନଟି ୧୮୦ ନଟ୍ସର ସର୍ବାଧିକ ଇଣ୍ଡେକ୍ସ ଏୟାରସ୍ପିଡ୍ ବା ଆଇଏଏସ୍ ହାସଲ କରିଥିଲା । ଏହାର କିଛି ସମୟ ପରେ ଇଞ୍ଜିନକୁ ଇନ୍ଧନ ପଠାଉଥିବା ଇଞ୍ଜିନ-୧...

ସକାଳ ପ୍ରାୟ ୮ଟା ୮ ମିନିଟ୍ ସମୟରେ ବିମାନଟି ୧୮୦ ନଟ୍ସର ସର୍ବାଧିକ ଇଣ୍ଡେକ୍ସ ଏୟାରସ୍ପିଡ୍ ବା ଆଇଏଏସ୍ ହାସଲ କରିଥିଲା । ଏହାର କିଛି ସମୟ ପରେ ଇଞ୍ଜିନକୁ ଇନ୍ଧନ ପଠାଉଥିବା ଇଞ୍ଜିନ-୧...

bimana

Photograph: (kanaknews)

କନକ ବ୍ୟୁରୋ : ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଜଣାପଡ଼ିଛି ଯେ, କିଛି ସେକେଣ୍ଡ ଟେକ ଅଫ କରିବା ପରେ ବିମାନର ଦୁଇଟି ଯାକ ଇଞ୍ଜିନ ହଠାତ୍ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ବା ଏଏଆଇବି ପକ୍ଷରୁ ୧୫ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରାଯାଇଛି । 

ରିପୋର୍ଟ ଅନୁସାରେ, ସକାଳ ପ୍ରାୟ ୮ଟା ୮ ମିନିଟ୍ ସମୟରେ ବିମାନଟି ୧୮୦ ନଟ୍ସର ସର୍ବାଧିକ ଇଣ୍ଡେକ୍ସ ଏୟାରସ୍ପିଡ୍ ବା ଆଇଏଏସ୍ ହାସଲ କରିଥିଲା । ଏହାର କିଛି ସମୟ ପରେ ଇଞ୍ଜିନକୁ ଇନ୍ଧନ ପଠାଉଥିବା ଇଞ୍ଜିନ-୧ ଓ ଇଞ୍ଜିନ-୨ର ଫୁଏଲ କଟ୍ ଅଫ୍ ସୁଇଚ୍ ‘ରନ୍’ରୁ ‘କଟ୍-ଅଫ୍’ ସ୍ଥିତିକୁ ଚାଲି ଯାଇଥିଲା, ତାହା ପୁଣି ୧ ସେକେଣ୍ଡ ବ୍ୟବଧାନରେ । ଯାହା ଇଞ୍ଜିନକୁ ଇନ୍ଧନ ଭରିବା ବନ୍ଦ କରିଦେଇଥିଲା ଏବଂ ଉଭୟ ଇଞ୍ଜିନର ଏନ୍-୧ ଓ ଏନ୍-୨ ରୋଟେସନ୍ ଦ୍ରୁତ ଗତିରେ ହ୍ରାସ ପାଇଥିଲା । ତେବେ ଇଞ୍ଜିନ୍-୧ କିଛି ମାତ୍ରାରେ ରିକୋଭରୀ କରିଥିଲା, କିନ୍ତୁ ଇଞ୍ଜିନ୍-୨ ସମ୍ପୂର୍ଣ୍ଣ ଭାବେ ଗତି ହାସଲ କରିପାରିନଥିଲା । 

ଏହାରି ଭିତରେ ଅକ୍ସିଲାରୀ ପାୱାର ୟୁନିଟ୍ ବା ଏପିୟୁ ମଧ୍ୟ ଅଟୋଷ୍ଟାର୍ଟ ମୋଡରେ ସକ୍ରିୟ ହୋଇଥିଲା, କିନ୍ତୁ ତାହା ବିମାନକୁ ସ୍ଥିର କରିପାରିନଥିଲା । ଯେଉଁଥିପାଇଁ ଏତେ ବଡ଼ ଅଘଟଣ ଘଟିଥିଲା । ରିପୋର୍ଟରେ ଆହୁରି ସ୍ପଷ୍ଟ ହୋଇଛି ଯେ, ଯେତେବେଳେ ଦୁଇଟିଯାକ ଇଞ୍ଜିନ ବନ୍ଦ ହେଲା, ସେତେବେଳେ କକପିଟ୍ ଭଏସ ରେକର୍ଡରରେ ଜଣେ ପାଇଲଟ୍ ଅନ୍ୟ ପାଇଲଟଙ୍କୁ କହିଥିଲେ ଯେ, ତୁମେ ଇଞ୍ଜିନ କାହିଁକି ବନ୍ଦ କଲ? ଜବାବରେ ଦ୍ବିତୀୟ ପାଇଲଟ୍ କହିଥିଲେ ଯେ ସେ ବନ୍ଦ କରିନାହାନ୍ତି । ଯେହେତୁ ଉଭୟ ପାଇଲଟ୍ ଇଞ୍ଜିନ ବନ୍ଦ କରିବା କଥାକୁ ଅସ୍ବୀକାର କରିଛନ୍ତି, ତେଣୁ ଏହାଏକ ସମ୍ଭାବ୍ୟ ବୈଷୟିକ ତ୍ରୁଟି ହୋଇପାରେ । ଆଜିକୁ ଠିକ୍ ମାସକ ତଳେ ଅର୍ଥାତ୍ ଜୁନ୍ ୧୨ରେ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ଏକ ମେଡିକାଲ ହଷ୍ଟେଲ କମ୍ପ୍ଲେକ୍ସ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨୪୧ ଯାତ୍ରୀଙ୍କ ସମେତ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରୁ କେବଳ ଜଣେ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ଜୁନ୍ ୨୬ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମଧ୍ୟ ଏହି ଦୁର୍ଘଟଣା ସମ୍ପର୍କରେ ଏକ ଷ୍ଟାଟସ୍ ରିପୋର୍ଟ ପ୍ରକାଶ କରିଥିଲା  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe