କନକ ବ୍ୟୁରୋ : ପାଇଲଟ ହେବାକୁ ଚାହୁଁଥିବା ପିଲାଙ୍କ ପାଇଁ ଖୁସି ଖବର । ଏଣିକି କେବଳ ବିଜ୍ଞାନ ପାଠ ପଢିଥିବା ଛାତ୍ରଛାତ୍ରୀ ପାଲଇଟ ହେବେ ତାହା ନୁହେଁ ବରଂ କଳା ଓ ବାଣିଜ୍ୟ ପାଠ ପଢିଥିବା ଛାତ୍ରଛାତ୍ରୀ ମଧ୍ୟ କମର୍ସିଆଲ ପାଇଲଟ ହେବାର ସୁଯୋଗ ପାଇବେ । ପୂର୍ବରୁ କମର୍ସିଆଲ ପାଇଲଟ ପାଇଁ ଦ୍ବାଦଶ ଶ୍ରେଣୀରେ ଆବଶ୍ୟକ ପଡୁଥିବା ପାଠ୍ୟକ୍ରମ ପଦାର୍ଥ ବିଜ୍ଞାନ ଓ ଗଣିତ ବିଷୟକୁ ହଟାଇ ଦେବାକୁ ଚିନ୍ତା କରାଯାଉଛି । କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ କମର୍ସିଆଲ ପାଇଲଟ ଭାବେ ଟ୍ରେନିଂ ଦେବାକୁ ବିମାନ ଚଳାଚଳ ନିୟାମକ ଚିନ୍ତା କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ବିଜ୍ଞାନ ନ ପଢିଲେ ବି ପାଇଲଟ!
- କଳା ଓ ବାଣିଜ୍ୟର ଛାତ୍ରଛାତ୍ରୀମାନେ ମଧ୍ୟ ହୋଇପାରିବେ କମର୍ସିଆଲ ପାଇଲଟ୍
- ପୂର୍ବରୁ ଦେଶରେ କେବଳ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ଏ ସୁଯୋଗ ମିଳୁଥିଲା
- ୧୯୯୦ ମସିହାରୁ ଏହି ନିୟମ ଭାରତରେ ଲାଗୁ ଅଛି
- ଏହା ପୂର୍ବରୁ କମର୍ସିଆଲ ପାଇଲଟ ଲାଇସେନ୍ସ ପାଇଁ ଦଶମ ପାସ୍ କରିବା ମାପଦଣ୍ଡ ରହିଥିଲା
- ଏବେ କମର୍ସିଆଲ ପାଇଲଟ ପାଇଁ ଦ୍ବାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟକ୍ରମ ବାଧ୍ୟତାମୂଳକ ନରଖିବାକୁ ଚିନ୍ତା କରୁଛି ଡିଜିସିଏ
- ଏନେଇ ଖୁବଶୀଘ୍ର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଯିବ
- କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ମୋହର ମାରିଲେ ଏହାକୁ ଲାଗୁ କରାଯିବ
- ଡିଜିସିଏ ପକ୍ଷରୁ ନିର୍ଦ୍ଧାରିତ ମେଡିକାଲ ଫିଟନେସ୍ ମାନଦଣ୍ଡ ଛାତ୍ରଛାତ୍ରୀଙ୍କୁ ପୂରା କରିବାକୁ ପଡିବ
- କମର୍ସିଆଲ ପାଇଲଟ ଲାଇସେନ୍ସ ପାଇଁ ଡିଜିସିଏ ପକ୍ଷରୁ ନିର୍ଦ୍ଦିଷ୍ଟ ମାପଦଣ୍ଡ ରହିଛି
- ଆବେଦନକାରୀଙ୍କୁ ଡିଜିସିଏ ଅଧିକୃତ ଡାକ୍ତରଙ୍କ ଠାରୁ କ୍ଲାସ-୧ ଡାକ୍ତରୀ ପ୍ରମାଣପତ୍ର ହାସଲ କରିବାକୁ ହେବ
- ଏହି ପ୍ରମାଣପତ୍ରରେ ଆବେଦନକାରୀଙ୍କ ଦୃଷ୍ଟିଶକ୍ତି, ଶ୍ରବଣଶକ୍ତି ଓ ହୃଦରୋଗ ବାବଦରେ ଯାଞ୍ଚ ତଥ୍ୟ ଉଲ୍ଲେଖ ରହିବ
- କମର୍ସିଆଲ ପାଇଲଟ ଲାଇସେନ୍ସ ପାଇଁ ନାଭିଗେସନ, ରେଗୁଲେସନ ଓ ଫ୍ଲାଇଟ ପ୍ଲାନିଂ ବାବଦରେ ଟ୍ରେନିଂ ନେବାକୁ ପଡିବ
- କମର୍ସିଆଲ ପାଇଲଟ ଲାଇସେନ୍ସ ହାସଲ ପୂର୍ବରୁ ଏଫଟିଓରେ ନାମ ଲେଖାଇବା ସହ ୨୦୦ ଘଣ୍ଟାର ଉଡାଣ ପୂରଣ କରିବାକୁ ହେବ