ପୁରୀରୁ ଦର୍ଶନ ସାରି ଫେରୁଥିଲେ ; ବାଟରେ ଓଲଟି ପଡ଼ିଲା ବସ୍

Advertisment

ପୁରୀରୁ ଦର୍ଶନ ସାରି ଫେରୁଥିଲେ । ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା  ତୀର୍ଥଯାତ୍ରୀ ବସ । ୩୦ରୁ ଅଧିକ ଯାତ୍ରୀ ଗୁରୁତର । ୩ ଜଣଙ୍କୁ ବାଲେଶ୍ଵର ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର । 

ପୁରୀରୁ ଦର୍ଶନ ସାରି ଫେରୁଥିଲେ । ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା  ତୀର୍ଥଯାତ୍ରୀ ବସ । ୩୦ରୁ ଅଧିକ ଯାତ୍ରୀ ଗୁରୁତର । ୩ ଜଣଙ୍କୁ ବାଲେଶ୍ଵର ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର । 

DV 1.00_03_38_18.Still006

କନକ ବ୍ୟୁରୋ: ବାଲେଶ୍ବରରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ୩୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ପୁରୀରୁ ଦର୍ଶନ ସାରି ପଶ୍ଚିମବଙ୍ଗ ଫେରିଲା ବେଳେ ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । 

ଗୁରୁତର ମାନଙ୍କୁ ସିମୁଳିଆ ଓ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଧିକ ଗୁରୁତର ଥିବା ୩ ଜଣଙ୍କୁ ବାଲେଶ୍ଵର ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଡ୍ରାଇଭରକୁ ନିଦ ଆସିବାରୁ ଆଖିଲାଗିଯାଇଥିଲା ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇନ୍ତି  । ପଶ୍ଚିମବଙ୍ଗ ମୋହନପୁର ଥାନା ବୋଇତା ଅଞ୍ଚଳର ୬୫ ଜଣ ଯାତ୍ରୀ ପୁରୀରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ । ଫେରିବା ବେଳେ ରାତି ପ୍ରାୟ ୩ଟା ସମୟରେ ତୀର୍ଥଯାତ୍ରୀ ବସଟି ଡିଭାଇଡର ଉପରକୁ ଚଢ଼ିଯାଇ ଜାତୀୟ ରାଜପଥ ଉପରେ ଓଲଟି ପଢ଼ିଥିଲା  । ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଗାଡ଼ିର କାଚ ଭାଙ୍ଗି ବାହାରକୁ ବାହାର କରାଯାଇଥିଲା  । ଘଟଣା ସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe