କନକବ୍ୟୁରୋ : ମାର୍ଚ୍ଚ ୩ରେ ଦୋଳ ପୂର୍ଣ୍ଣିମାରେ ପଡ଼ିବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ବର୍ଷର ଏକମାତ୍ର ଚନ୍ଦ୍ର ଗ୍ରହଣ ଭାବେ ଏହା ଭାରତରେ ଦୃଶ୍ୟମାନ ହେବ । ଭାରତୀୟ ସମୟ ଅନୁସାରେ, ଚନ୍ଦ୍ର ଗ୍ରହଣ ଅପରାହ୍ନ ୩ଟା ୨୦ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା ୬ଟା ୪୭ ପର୍ଯ୍ୟନ୍ତ ଚାଲିବ । ଗ୍ରହଣର ମୋଟ ଅବଧି ୩ ଘଣ୍ଟା ୨୭ ମିନିଟ୍ ଯାଏଁ ହେବ । ଏହି ସମୟରେ ମନ୍ଦିରର ଦ୍ୱାର ବନ୍ଦ ରହିବା ସହ କୌଣସି ପୂଜାପାଠ ହେବ ନାହିଁ । ସୂତକ ସମୟ ସକାଳ ୬ଟା ୨୦ମିନିଟରେ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ ।
ଅଧିକ ପଢନ୍ତୁ... ଅଫିମ ଚାଷର ହବ୍ ପାଲଟିଛି କୋଇଡା : ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନଷ୍ଟ ହେଲା ଚାଷ
ଜ୍ୟୋତିଷ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ସୂତକ ସମୟକୁ ଅଶୁଭ ବୋଲି ଧରଯାଏ । ସୂତକ ସମୟରେ, କୌଣସି ପୂଜା ବିଧା, ହୋମ, ଯଜ୍ଞ କିମ୍ବା ଶୁଭ କାର୍ଯ୍ୟ କରାଯାଏ ନାହିଁ । ଏହି ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଦେଶର ପୂର୍ବୋତ୍ତର ରାଜ୍ୟ ମିଜୋରାମ, ନାଗାଲାଣ୍ଡ, ମଣିପୁର, ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ । ସେହିପରି ଦକ୍ଷିଣ ଭାରତର ଚେନ୍ନାଇ ଓ କନ୍ୟାକୁମାରୀରେ ୩୧ ମିନିଟ୍ ଯାଏ ଆଂଶିକ ଭାବେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/02/9-2026-03-02-13-07-19.jpg)