କନକବ୍ୟୁରୋ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥ ଲଙ୍ଗଳେଶ୍ବର ଠାରେ ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ । ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ବାଲୁଙ୍କେଶ୍ୱର ନାମକ ବସ ଭୁବନେଶ୍ଵରରୁ ଆସିକା ଯାଉଥିବା ବେଳେ ଟ୍ରକ ପଛକୁ ଧକ୍କା ଦେଇଛି । ଦୁର୍ଘଟଣା ପରେ ବସ ଛାଡ଼ି ଡ୍ରାଇଭର ,କଣ୍ଡକ୍ଟର ଓ ହେଲପର ଫେରାର ହୋଇଯାଇଛନ୍ତି । ସମସ୍ତ ଗୁରୁତରଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ସେପଟେ ସାମାନ୍ୟ ଆହତ ହୋଇଥିବା ଯାତ୍ରୀ ମାନଙ୍କୁ ଚିକିତ୍ସା ପରେ ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଇଛନ୍ତି ।
ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥ ଲଙ୍ଗଳେଶ୍ବର ଠାରେ ଟ୍ରକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ : ଦୁର୍ଘଟଣା ପରେ ବସ୍ ଡ୍ରାଇଭର , କଣ୍ଡକ୍ଟର ଓ ହେଲପର ଫେରାର
ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥ ଲଙ୍ଗଳେଶ୍ବର ଠାରେ ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ । ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
/kanak/media/media_files/2025/04/13/5p07cDPyBcPDaGXAUUy6.jpg)