କନକ ବ୍ୟୁରୋ : ୬ ବର୍ଷ ପରେ ବୃଦ୍ଧା ପାଳିଲେ ଦୀପାବଳି । ଘର ଅଗଣାରେ ଜଳିଲା ଦୀପ । ସ୍ୱାମୀଙ୍କ ମୃତ୍ୟୁ ପରେ ଦୀର୍ଘ ବର୍ଷ ଧରି କୌଣସି ପୂଜା ପର୍ବାଣୀ ପାଳନ କରିନଥିବା ବୃଦ୍ଧା ଜଣକ ଦୀପାବଳି ପାଳିଛନ୍ତି । ଏହି ସୌଭାଗ୍ୟ ଆଣି ଦେଇଛନ୍ତି ଶ୍ରୀ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟ ।

Advertisment

ବୃଦ୍ଧା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା କରିଲୋପାଟଣା ପଞ୍ଚାୟତ ମଲ୍ଲସାହି ଗାଁର ୭୦ ବର୍ଷୀୟ ସୁଷମା ମଲ୍ଲ । ୬ ବର୍ଷ ତଳେ ସ୍ୱାମୀ ଆରପାରିକୁ ଚାଲିଗଲେ । ସେବେଠୁ ସେ ଏକା ହୋଇଯାଇଛନ୍ତି । ଘରେ କୌଣସି ପୂଜାପର୍ବାଣୀ ପାଳନ କରିନ୍ତିନି । ହେଲେ ଶ୍ରୀ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟ ପାଇଁ ସୁଷମା ଦୀପାବଳି ପାଳିଛନ୍ତି । ଅଗଣାରେ ଦୀପ ଜାଳିଛନ୍ତି । କିଛି ମୂହୂର୍ତ୍ତ ପାଇଁ ହେଉ ପଛେ ସୁଷମାଙ୍କ ମୁହଁରେ ଫୁଟିଛି ହସ ।

ଶ୍ରୀ ଜଗନ୍ନାଥ ଚାରିଟେବଲ୍‌ ଟ୍ରଷ୍ଟର ସଦସ୍ୟ ସୁଷମାଙ୍କ ଘରେ ପହଞ୍ଚି ତାଙ୍କୁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ଘରର ଅଗଣାରେ ଦୀପ ଓ ମହମବତୀ ଲଗାଇବା ସହ ପରସ୍ପରକୁ ମିଠା ଖୁଆଇ ପାଳନ କରିଛନ୍ତି ଦୀପାବଳୀ । ସୁଷମାଙ୍କ ସହ ଦୀପାବଳି ଉତ୍ସବ ପାଳନ କରିଥିବା ଶ୍ରୀ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟକୁ ସାଧୁବାଦ ଜଣାଇଛନ୍ତି ଗ୍ରାମବାସୀ ।