କନକ ବ୍ୟୁରୋ: ବାହାର ରାଜ୍ୟରେ ଦାଦନ ମୃତ । ମା ଜଗି ବସିଛି ପୁଅର ଶବ । ମାଁ ଥାନାର ଦ୍ୱାରସ୍ଥ । ଶବ ପୋଡି ଦେଲେ ହାଇଦ୍ରାବାଦ ରଇଟାଭାଟି ମାଲିକ । ଥାନା ଆଗରେ ମୁର୍ଚ୍ଛା ହୋଇଯାଉଛନ୍ତି ମାଆ । କାନ୍ଦି କାନ୍ଦି ହୋସ ଉଡ଼ି ଯାଉଛି। ଯେତେବେଳେ ମାଆ ଆଗରେ ମମତା ମରିଯାଏ, ମାଆ ପାଖକୁ ପୁଅର ମୃତ୍ୟୁ ଖବର ଆସେ, ସେତେବେଳେ ଏମିତି ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସେ। ଶେଷ ଥର ପାଇଁ ପୁଅକୁ ଦେଖିପାରିନଥିବା ମାଆ ଥାନା ଆଗରେ ବୁକୁ ଫଟେଇ କାନ୍ଦୁଛନ୍ତି।
ଷ୍ଟେସନରୁ ମିଳିଲା ଦାଦନ ଶ୍ରମିକଙ୍କ ମୃତଦେହ
ପରିବାରର ବିନା ଅନୁମତିରେ ପୋଡ଼ି ଦିଆଯାଇଛି ଶବ
ଦୁର୍ଘଟଣା ନା ହତ୍ୟା ସନ୍ଦେହ!
ବଲାଙ୍ଗୀର ପାଟଣାଗଡ଼ ଥାନା ସୋଲବନ୍ଧ ଗାଁର କୁରଙ୍ଗି ଶବରଙ୍କ ପୁଅ ଗଣେଶ ଶବର ଦାଦନ ସର୍ଦ୍ଦାର ସହଯୋଗରେ ଇଟା ଭାଟିରେ କାମ କରିବା ପାଇଁ ହାଇଦ୍ରାବାଦ ଯାଉଥିଲେ। ଘରକୁ ଆସି ବୁଝାସୁଝା କରି ପୁଅକୁ ନେଲା, ବଲାଙ୍ଗୀରରୁ ଟ୍ରେନରେ ବସାଇ ଦେଇଥିଲା ଦଲାଲ। ଏହର କେଇ ଘଂଟା ପରେ ଘରକୁ ଖବର ଆସିଲା ଗଣେଶଙ୍କ ମୃତଦେହ ହାଇଦ୍ରାବାଦ ଟୁନି ରେଳ ଷ୍ଟେସନରେ ପଡ଼ିଛି। ଏକଥା ଶୁଣିବା ପରେ ମାଆ ପାଦତଳୁ ମାଟି ଖସିଯାଇଛି। ପୁଅର ଶବକୁ ଗାଁକୁ ଆଣିବା ପାଇଁ ପାଟଣାଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମାଆ। ସେପଟେ ବାପା ଓ ସଂପର୍କୀୟ ଘଟଣାସ୍ଥଳରେ ପହଂଚିବା ବେଳକୁ ଶବ ସତ୍କାର ହୋଇ ସାରିଛି। ଯାହା ପୁରା ଘଟଣାକୁ ସନ୍ଦେହ ଘେରକୁ ଟାଣିଛି। ଗଣେଷଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନା ହତ୍ୟା। ଏହାର ନୀରପେକ୍ଷ ତଦନ୍ତ ଦାବି କରିଛନ୍ତି ଜିଲା ଆଦୀବାସୀ ସଂଘ ଆବାହକ ଗିରିରାଜ ଭୋଇ।
ପୁଅକୁ ହରାଇ ମାଆ ଭାଙ୍ଗିପଡ଼ିଥିବା ବେଳେ ସ୍ୱାମୀଙ୍କୁ ହରାଇ ହତବାକ୍ ସ୍ତ୍ରୀ । ୫ ବର୍ଷୀୟ ଛୁଆକୁ କେମିତି ଲାଲନପାଳନ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/28/8aTEtql02saaJP2LwDwX.jpg)