କନକ ବ୍ୟୁରୋ : ସ୍ପାଇଡର ସତ୍ତି। ସ୍ପାଇଡର ମ୍ୟାନ ଭଳି ଧୁରନ୍ଧର। କାନ୍ଥ ଚଢିବା ଆଉ ପାଚେରୀ ଡେଇଁବା ତା ପାଇଁ ବାମ ହାତର ଖେଳ। ଯିଏ ଗୋଟିଏ ମିନିଟରେ ୨୦ କୋଠା ଡେଇଁପାରେ। ତା ପାଇଁ ଜେଲ ପାଚେରୀ କିଛି ବଡକଥା ନୁହେଁ। ସ୍ପାଇଡର ଏବେ ଝାରପଡା ଜେଲରେ ଥିବାରୁ, ଜେଲ ସୁରକ୍ଷାକୁ ଏବେ କଡାକଡି କରାଯାଇଛି। ହାଇସିକ୍ୟୁରିଟି ୱାର୍ଡରେ ରହିଛି ଏହି ଚାଲବାଜ୍ ଚୋର। କିଏ ଜାଣେ କେତେବେଳେ, ତା ମୁଣ୍ଡରେ କଣ ଚାଲିଥିବ। ନଜିର ରହିଛି, ପୁର୍ବରୁ ବହୁବାର ଜେଲ ପାଚେରୀ ଡେଇଁବାକୁ ଯୋଜନା କରିଛି। ତେବେ ଝାରପଡା ଜେଲ କର୍ତୁପକ୍ଷ ଏନେଇ ସଜାଗ ରହିଛନ୍ତି। ୱାର୍ଡ ଚାରିପଟେ, ୱାର୍ଡର ପଇଁତରା ମାରିବା ସହ ୨୪ ଘଣ୍ଟିଆ ସିସିଟିଭି ନଜରରେ ରହିଛି ଏ ଧୁରନ୍ଧର ଚୋର। 

Advertisment

ସାରା ଦେଶରେ ୭୦ ଚୋରି କରି ଭାରତର ସବୁ ପୁଲିସଙ୍କୁ ନାକରେ ପାଣି ପିଆଇଥିଲା ସ୍ପାଇଡର। ବିଭିନ୍ନ ଜେଲରେ ରହି ଖସି ଯିବାର ନୀଳ ନକ୍ସା ତିଆରି କରିଛି ଏହି ଚୋର। ତେବେ ଝାରପଡାରେ ଥିବାରୁ ତା ସେ ତୀକ୍ଷଣ ନଜର ରଖାଯାଇଥିବା ଜେଲ ଅଧିକ୍ଷକ କହିଛନ୍ତି।  

ଆନ୍ଧ୍ରର ଏହି ଚୋର ବିଭିନ୍ନ ରାଜ୍ୟର କୋଟିପତିଙ୍କ ଉପରେ ନଜର ରଖେ। ୨୦୨୩ରେ ଏ.ଆର.ଏସ.ଏସ. ମାଲିକଙ୍କ ଘରୁ କଳାକନା ବୁଲାଇ ଫେରାର ହେବା ପରେ ଗତ ୨୬ ତାରିଖରେ ନିରଞ୍ଜନ ପଟ୍ଟନାୟକଙ୍କ ଘର ସଫା କରି ଦେଇଥିଲା ଏହି ଚୋର। ତେବେ ଆଗକୁ କାହାପାଳି, ଆଉ କାହା ଘରେ ପଶିବାକୁ ତାଲିକା ପ୍ରସ୍ତୁତ କରିଥିଲା ଏହି ଚୋର । ତାହା କେବଳ ପୁଲିସ ରିମାଣ୍ଡରେ ଆଣି ପଚରା ଉଚରା ପରେ ସ୍ପଷ୍ଟ ହେବ।