ବେଙ୍ଗାଳୁରୁ ହତ୍ୟାକାଣ୍ଡରେ ନୂଆ ମୋଡ: ଓଡିଶାରେ ଅଭିଯୁକ୍ତର ଆତ୍ମହତ୍ୟା

Advertisment

ଓଡ଼ିଶାରେ ଆତ୍ମହତ୍ୟା କଲା ବେଙ୍ଗାଳୁରର ବହୁ ଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ଅଭିଯୁକ୍ତ । ଚାରି ଦିନ ହେଲା ଅଭିଯୁକ୍ତ ଓଡ଼ିଶାର ଭଦ୍ରକକୁ ଆସି ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଓଡ଼ିଶାରେ ଆତ୍ମହତ୍ୟା କଲା ବେଙ୍ଗାଳୁରର ବହୁ ଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ଅଭିଯୁକ୍ତ । ଚାରି ଦିନ ହେଲା ଅଭିଯୁକ୍ତ ଓଡ଼ିଶାର ଭଦ୍ରକକୁ ଆସି ଆତ୍ମହତ୍ୟା କରିଥିବା ଜଣାପଡିଛି ।

gr

କନକ ବ୍ୟୁରୋ: ଓଡ଼ିଶାରେ ଆତ୍ମହତ୍ୟା କଲା ବେଙ୍ଗାଳୁରର ବହୁ ଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ଅଭିଯୁକ୍ତ । ଚାରି ଦିନ ହେଲା ଅଭିଯୁକ୍ତ ଓଡ଼ିଶାର ଭଦ୍ରକକୁ ଆସି ଆତ୍ମହତ୍ୟା କରିଥିବା ଜଣାପଡିଛି । ବଡ କଥା ହେଉଛି, ସକାଳେ ଯେଉଁ ଆତ୍ମହତ୍ୟାକୁ ଅପମୃତ୍ୟୁ ମାମଲା କରି ଭଦ୍ରକର ଧୁଷିରୀ ଥାନା ପୋଲିସ ଚୁପ ବସିଥିଲା । ତାହା ଯେ ସାରା ଦେଶକୁ ଚହଳାଇ ଦେଇଥିବା ବିଭତ୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତାହା ଧୁଷିରୀ ପୁଲିସ ଜାଣିପାରିନଥିଲା । ସନ୍ଧ୍ୟାରେ ବାଙ୍ଗାଲୋର ପୁଲିସ ଭଦ୍ରକର ଧୁଷୁରୀ ଥାନାକୁ ଫୋନ କରି ପଚରାଉଚରା କରିବା ପରେ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ସଂପୃକ୍ତି ପଦାକୁ ଆସିଛି । ଆଜିର ପୁରା ଘଟଣା କ୍ରମ ଥିଲା ଏହିପରି । ସକାଳେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ କୁଳେଇପଦା ଶ୍ମଶାନ ନିକଟ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ଭୂଇଁପୁର ଗ୍ରାମର ମୁକ୍ତିକାନ୍ତ ରାୟ ବୋଲି ଚିହ୍ନଟ କରିଥିଲେ ସ୍ଥାନୀୟ ଅଂଚଳର ଲୋକ। ପୋଲିସ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରିବାର ଲୋକଙ୍କ ସୂଚନା ଅନୁସାରେ ମଙ୍ଗଳବାର ରାତିରେ ମୁକ୍ତିକାନ୍ତ ଭୂଇଁପୁର ଗାଁକୁ ଆସିଥିଲା । ସକାଳେ ଏକ ସ୍କୁଟି ଧରି ଭଦ୍ରକ ଯିବ କହି ଘରୁ ବାହାରିଥିଲା । ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ରଖି ସେ ବେକରେ ରଶି ଦେଇ ଆତ୍ମହତ୍ୟା କରିଛି। ଆରଡି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବଦ କରିଛି । ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଧୂଷୁରୀ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ହେଲେ ସନ୍ଧ୍ୟାରେ ବେଙ୍ଗାଲୁରରୁ ପୋଲିସର ଫୋନ ପାଇବା ପରେ ମହାଲକ୍ଷ୍ମୀ ହତ୍ୟା ମାମଲାର ଅଭିଯୁକ୍ତ ମୁକ୍ତିରଂଜନ ବୋଲି ଜଣାପଡିଛି ।  

ଓଡ଼ିଶାରେ ଲୁଚିଥିଲା ବେଙ୍ଗାଳୁରର ବହୁ ଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ଅଭିଯୁକ୍ତ। ୨୯ ବର୍ଷିୟ ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ତାଙ୍କର ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ଫ୍ରିଜରେ ରଖିଥିଲା ଅଭିଯୁକ୍ତ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଓଡ଼ିଶାରେ ଲୁଚିଥିବା ନେଇ ପ୍ରଥମେ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି ପରମେଶ୍ବର ସୂଚନା ଦେଇଥିଲେ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ଓଡ଼ିଶା ଆସୁଥିବା ସୂଚନା ମିଳିଥିଲା। ଫୋନ ଟ୍ରାକ କରି ପୁଲିସ ଅଭିଯୁକ୍ତ ଓଡ଼ିଶାରେ ଲୁଚିଥିବା ଆଜି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଗତ ଶନିବାର ଫ୍ରିଜ୍ ଭିତରୁ ମହାଲକ୍ଷ୍ମୀଙ୍କ ମୃତଦେହ ଗଳିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।  ଅଭିଯୋଗ ପରେ ପୁଲିସ ୨ରୁ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ତଦନ୍ତ ପରେ ସାକ୍ଷୀ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଓଡ଼ିଶାର ବୋଲି ଜଣାପଡିଥିଲା। ଗତକାଲି ମହାଲକ୍ଷ୍ମୀଙ୍କ ସ୍ବାମୀ ଏହି ହତ୍ୟାକାଣ୍ଡ ପଛରେ ଅନ୍ୟ ଜଣେ ପୁରୁଷଙ୍କ ହାତ ଥିବା ସନ୍ଦେହ ପ୍ରକାଶ କରିଥିଲା। ଯିଏ ମହାଲକ୍ଷ୍ମୀଙ୍କ ପଡୋସୀ ଭାବେ ସେହି ବିଲ୍ଡିଂରେ ରହୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe