କନକ ବ୍ୟୁରୋ :  ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ତନାଘନା । ଆଜି କ୍ରାଇମ୍‌ସିନ୍‌ରେ ପହଞ୍ଚି ତଦନ୍ତ କରୁଛନ୍ତି କ୍ରାଇମ୍‌ବ୍ରାଞ୍ଚ୍‌ର ନୂଆ ତଦନ୍ତ ଅଧିକାରୀ । ଗତଦୁଇ ଦିନ ଧରି ଝାରସୁଗୁଡ଼ାରେ ତଦନ୍ତ ଚଳାଇଛି କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍ ।

Advertisment

ନବ ଦାସ ହତ୍ୟାକାଣ୍ଡର ପୁଣି ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ୍‌ । ମଙ୍ଗଳବାର ନବ ଦାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଥିଲା । ସେହିପରି ଗତକାଲି ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦରରେ ପହଞ୍ଚି ପଚରାଉଚରା କରିଛି କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍ ।