କନକ ବ୍ୟୁରୋ : ପୃଥିବୀକୁ ମିଳିବ ନୂଆ ଚନ୍ଦ୍ରମା। ପ୍ରାୟ ଅଢ଼େଇ ମାସ ଧରି କରିବ ପୃଥିବର ପରିକ୍ରମା। ଏହି ନୂଆ ଚନ୍ଦ୍ରମା ପ୍ରକୃତରେ ଏକ ଆଷ୍ଟ୍ରଏଡ୍। ଖାସ କଥା ହେଲା ଏହି ଆଷ୍ଟ୍ରଏଡ୍ର ଗୁରୁତ୍ବାକର୍ଷଣ ଶକ୍ତି ରହିଛି। ଯାହା ତାକୁ ପୃଥିବୀ ଚାରିପଟେ ପରିକ୍ରମା କରିବାକୁ ସୁଯୋଗ ଦେଇଥାଏ। ଏହି ନୂଆ ଉପଗ୍ରହର ନାମ ୨୦୨୪ ପିଟି-୫ ରଖାଯାଇଛି । ଗତ ଅଗଷ୍ଟ ୭ ତାରିଖରେ ଏହି ଆଷ୍ଟ୍ରଏଡ୍ ବିଷୟରେ ସୂଚନା ବୈଜ୍ଞାନିକଙ୍କୁ ମିଳିଥିଲା। ଏହା ଏକ ବିରଳ ସଂଯୋଗ। ସେପ୍ଟେମ୍ବର ୯ ତାରିଖରୁ ଏହା ପୃଥିବୀ ଚାରିପଟେ ପରିକ୍ରମା କରୁଛି । ୭୭ ଦିନ ପର୍ୟ୍ୟନ୍ତ ଏହା ପୃଥିବୀ ଚାରିପଟେ ବୁଲିବ। ଚନ୍ଦ୍ରମା ଭଳି ଏହା ମଧ୍ୟ ପୃଥିବୀ ଚାରିପଟେ ପରିକ୍ରମା କରୁଛି। ଏହି ନୂଆ ଉପଗ୍ରହ ପାଇଁ ମହାକାଶ ବୈଜ୍ଞାନିକଙ୍କୁ ମହାକାଶରେ ଥିବା ଅନ୍ୟ ଆଷ୍ଟ୍ରଏଡ୍ ବିଷୟରେ ଅନେକ ତଥ୍ୟ ମିଳିବ।
ପୃଥିବୀକୁ ମିଳିଲା ନୂଆ ଉପଗ୍ରହ । ଚନ୍ଦ୍ରମା ଭଳି ପୃଥିବୀ ଚାରିପଟେ ପରିକ୍ରମା କରୁଛି ୨୦୨୪ ପିଟି-୫
Advertisment
Follow Us