କନକ ବ୍ୟୁରୋ : ଅନେକ ବର୍ଷ ଧରି ପଶୁ ମାନଙ୍କ ଉପରେ ବନ୍ଧ୍ୟାତ୍ୱ ଚିକିତ୍ସା ସମ୍ବନ୍ଧୀୟ ପ୍ରୟୋଗ ପରେ ଅବଶେଷରେ ମାନବମାନଙ୍କ ଉପରେ ଆଇଭିଏଫ ପ୍ରୟୋଗ ଆରମ୍ଭ କଲା । ୧୯୭୮ ମସିହାରେ ରୋବର୍ଟ ଏନୱାର୍ଡ ଏବଂ ପ୍ୟାଟ୍ରିକ ସ୍ଟେପ୍ଟୋ ଦ୍ୱାରା ଗର୍ଭଧାରଣ କରାଯାଇଥିବା ଲଇଜ୍ ବ୍ରାଉନ ନାମକ ପ୍ରଥମ ଆଇଭିଏଫ୍ ଶିଶୁର ଜନ୍ମ ହେବା ସହିତ ପୁର୍ନପ୍ରଜନନ ବିଜ୍ଞାନ ଇତିହାସରେ ଏକ ନୂଆ ମାଇଲ ଖୁଣ୍ଟ ସ୍ଥାପିତ ହେଲା ।
ଏହା ପରେ ତୁରନ୍ତ ଡାକ୍ତର ସୁଭାଷ ମୁଖୋପାଧ୍ୟାୟ ଏବଂ ଏମ୍ବ୍ରିଓଲୋଜିଷ୍ଟ ସୁନୀତ କୁମାର ମୁଖୋପାଧ୍ୟାୟଙ୍କ ସହଯୋଗରେ ଭାରତର ପ୍ରଥମ ଏବଂ ବିଶ୍ୱର ଦ୍ୱିତୀୟ ଆଇଭିଏଫ୍ ଶିଶୁ ଦୁର୍ଗା ଓରଫ୍ କନୁପ୍ରିୟା ଅଗ୍ରୱାଲଙ୍କ ଜନ୍ମ ହେଲା । ଯାହା ପୂର୍ବରୁ ଆଇଭିଏଫ୍ ମାଧ୍ୟମରେ ପ୍ରଥମ ଶିଶୁ ଜନ୍ମ ହେବାର ମାତ୍ର ୬୭ ଦିନ ପରେ ହୋଇଥିଲା ।
ଡାକ୍ତର ମୁଖୋପାଧ୍ୟାୟଙ୍କ ଏହି ସାଧନା ଅତ୍ୟନ୍ତ ଗୌରବମୟ ଥିଲା । କିନ୍ତୁ ଏହାକୁ ନେଇ ସେ ବ୍ୟାପକ ପ୍ରାଶାସନିକ ଅବରୋଧ ଓ ସାମାଜିକ ବିକୃତ ମନୋଭାବର ଶିକାର ହେଲେ । ଫଳସ୍ୱରୂପ ସେ ତାଙ୍କ ଆବିଷ୍କାରକୁ ବିଶ୍ୱ ମଞ୍ଚରେ ଉପସ୍ଥାପନ କରିପାରିନଥିଲେ । ଏବେ କିନ୍ତ ଆଇଭିଏଫ୍ ଅନେକ ଚ୍ୟାଲେଞ୍ଜ, ଗବେଷଣା ଉନ୍ନତି ଓ ନୈତିକ ଚର୍ଚ୍ଚା ଦେଇ ଗତି କରୁଛି ଏବଂ ଏହା ପାତୃପିତୃତ୍ୱର ଭବିଷ୍ୟତକୁ ନନର୍ବିନ୍ୟାସ କରିଛି ।
୧୯୮୦ ମସିହାରେ ଭୁଲ ଆହରଣ ପାଇଁ ଟ୍ରାନ୍ସଭାଜାଇନାଲ ଅଲ୍ଟ୍ରାସାଉଣ୍ଡ ଗାଇଡେଡ଼୍ ପ୍ରଣାଳୀ ଆସିଲା । ଯାହା ପୂର୍ବ ପ୍ରଣାଳୀ ଠାରୁ କମ୍ ଇଣ୍ଟେନସିଭ ଓ ଶ୍ରୀଘ୍ର ସୁସ୍ଥତା ପ୍ରଦାନ କରିପାରେ । ଏହି ସମୟରେ ନୂଆ ସ୍ଟିମ୍ୟୁଲେସନ ଔଷଧ ଓ ଉନ୍ନତ ପ୍ରୋଟୋକଲ ମଧ୍ୟ ଆସିଲା । ଯାହା ଦ୍ୱାରା ସଫଳତାର ହାର ବୃଦ୍ଧି ହେବାରେ ଲାଗିଲା ।
ଏହି କ୍ଷେତ୍ରରେ ପୁଣି ୧୯୯୨ ମସିହାରେ ଏହି ଚିକିତ୍ସା କ୍ଷେତ୍ରରେ ପୁଣି ଏକ ମାଇଲଖୁଣ୍ଟ ସ୍ଥାପିତ ହେଲା । ଆଇସିଏସଆଇ ବା ଇଣ୍ଟ୍ରା କ୍ରିପ୍ଟୋପ୍ଲାଜମ ସ୍ପର୍ମ ଇଂଜେକସନ, ଯାହା ପୁରଷଙ୍କ ସ୍ପର୍ମ ପାଇଁ ଏକ ଗେମ୍ ଚେଞ୍ଜର ଥିଲା । ଏହି ପ୍ରଣାଳୀରେ ସ୍ପର୍ମକୁ ସିଧାସଳଖ ଭାବେ ଡିମ୍ବାଣୁ ମଧ୍ୟରେ ଇଂଜେକ୍ଟ କରାଯାଇ ରାସାୟନିକ ଗର୍ଭଧାରଣ ସମ୍ଭବ କରାଯାଇପାରିଥିଲା । ପରେ ପରେ ଅନେକ ନୂଆ ପ୍ରଯୁକ୍ତି ଆସିଛି ଯାହା ଅନ୍ତସ୍ତତ୍ୱ ଚିକିତ୍ସାକୁ ଆହୁରି ଉନ୍ନତ କରିଛି । ସେଗୁଡିକ ହେଲା
୧- ପ୍ରି ପ୍ଲାଣ୍ଟେସନ ଜେନେଟିକ୍ ଟେଷ୍ଟିଂ- ଏହା ଗର୍ଭଧାରଣ ପୂର୍ବରୁ ଭ୍ରୁଣର ଜେନେଟିକ୍ ଓ କ୍ରୋମୋସୋମାଲ ଅସାମାନ୍ୟତା ବିଷୟରେ ଯାଞ୍ଚ କରିବାରେ ସହାୟକ ହୋଇଥାଏ ।
୨- କ୍ରାୟୋପ୍ରିଜର୍ଭେସନ୍ - ଡିମ୍ବାଣୁ, ସ୍ପର୍ମ କିମ୍ବା ଭ୍ରୁଣକୁ ଜମାଇ ରଖିବା ପ୍ରଣାଳୀ, ଯାହା ଆଇଭିଏଫର ସଫଳତା ହାର ବଢାଇବା ସହ ସେମାନେ ଉତ୍ତମ ଲାଭ ପାଇଥାନ୍ତି, ଯେଉଁମାନେ ଗର୍ଭଧାରଣ ବିଳମ୍ବ କରିବାକୁ ଚାହାନ୍ତି- ଯେପରିକି, କ୍ୟାନ୍ସର ରୋଗୀମାନେ କିମ୍ବା ଅନ୍ୟ କୌଣସି କାରଣ ହୋଇପାରେ ।
୩- ଲେଜର ଅସିଷ୍ଟେଡ୍ ହ୍ୟାଚିଂ- ଏହା ଏଭଳି ଏକ ଟେକନିକ୍ ଯାହା ଭ୍ରୁଣରୁ ବାହ୍ୟ ଆବରଣକୁ ସଫା କରେ, ଯାହା ଭ୍ରୁଣ ସଫଳତାର ସହିତ ଗର୍ଭାଶୟରେ ରୋପଣ ହେବାରେ ସହଯୋଗ କରେ ।
୪- ଅନ୍ୟାନ୍ୟ ପ୍ରଯୁକ୍ତିମାନଙ୍କ ଭିତରେ ରହିଛି ଟାଇମ ଲାପ୍ସ ଇମେଜିଂ, ମାଇକ୍ରୋଫ୍ଲୁଇଡିକ୍ସ ଇତ୍ୟାଦି, ଯାହା ଆଇଭିଏଫ୍ ପ୍ରକ୍ରିୟାକୁ ବ୍ୟବସ୍ଥିତ ଓ କ୍ଷମତାଶୀଳ କରିଛି
ଏବେ ଆଇଭିଏଫର ସଫଳତା ହାର ବଢିବା ଏବଂ ବିଭିନ୍ନ ଚିକିତ୍ସା ଦିଗରୁ ଏହାର ବ୍ୟବହାର ଆବଶ୍ୟକ ହେବା ସହିତ ଏହାକୁ ସାରା ବିଶ୍ୱରେ ଗ୍ରହଣ କରାଯାଇଛି । ଏବଂ ଅନେକ ଦମ୍ପତି ଏହାକୁ ବିକଳ୍ପ ଭାବେ ଅନୁସରଣ କରୁଛନ୍ତି । କିନ୍ତୁ ଏହା ସହିତ ଜଡିତ କିଛି ଭ୍ରମ ରହିଛି । ଆସନ୍ତୁ ଜାଣିବା ଏହି ଭ୍ରମ କ'ଣ ?
ଆଇଭିଏଫ୍ ସମ୍ପୂର୍ଣ୍ଣ ସଫଳତା ଦିଏ : ଏହା ଏକ ଭ୍ରମ, ଆଇଭିଏଫ ତାର ଚିକିତ୍ସା ପଦ୍ଧତିରେ ଗର୍ଭଧାରଣର ସମ୍ଭାବନା ବୃଦ୍ଧି କରିଥାଏ, କିନ୍ତୁ ଏହା ସଫଳତା ନିଶ୍ଚିତ କରେନାହିଁ , ସଫଳତା ହାର ବ୍ୟକ୍ତି ଓ ଅବସ୍ଥା ମୁତାବକ ଭିନ୍ନ ହୋଇଥାଏ ।
- ଆଇଭିଏଫ୍ ଚିକିତ୍ସାରେ ଏକ ରୁ ଅନେକ ଶିଶୁ ଜନ୍ମ କରିବାରେ ସହାୟକ ହୋଇଥାଏ : ପ୍ରାରମ୍ଭିକ ଦିନଗୁଡିକରେ ଏହି ଘଟଣା ସାଧାରଣ ଥିଲା । କିନ୍ତୁ ଏବେ ପିତାମାତାମାନେ ଗୋଟିଏ ସନ୍ତାନରେ ସନ୍ତୋଷ୍ଟ ହେଉଛନ୍ତି ।
- ଆଇଭିଏଫ ବହୁତ ମହଙ୍ଗା ଓ ଆମ ରାଜ୍ୟରେ ସୁବିଧା ନାହିଁ : ଏହା ଅନ୍ୟ ଏକ ଭ୍ରମ, ଆଇଭିଏଫର ଖର୍ଚ୍ଚ ମଧ୍ୟମତମ, ୨ ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ । ଯାହା କିଛି ମହଙ୍ଗା ନୁହେଁ, ଆମ ରାଜ୍ୟରେ ବି ଏହି ଚିକିତ୍ସା ପାଇଁ ଆଧୁନିକ ସୁବିିଧା ଉପଲବ୍ଧ ରହିଛି, ଏବଂ ସଫଳତା ହାର ମଧ୍ୟ ଅନ୍ୟ ଦେଶର ବଡ଼ ସହରମାନଙ୍କ ସହିତ ସମାନ ।
- ଆଇଭିଏଫ୍ କେବଳ ନିର୍ଦ୍ଦିଷ୍ଟ ବୟସର ମହିଳାମାନଙ୍କ ପାଇଁ : ବୟସ ସହ ପ୍ରଜନନ କ୍ଷମତା ଅବଶ୍ୟ କମେ, କିନ୍ତୁ ଆଇଭିଏଫ୍ ସମସ୍ତ ବୟସର ଦମ୍ପତିମାନେ ଯେଉଁମାନେ ବନ୍ଧ୍ୟା ସମସ୍ୟାର ସମ୍ମୁଖୀନ, ସେମାନଙ୍କ ପାଇଁ ଏକ ବିକଳ୍ପ ହୋଇପାରେ ।
- ଆଇଭିଏଫ୍ ଚିକିତ୍ସାରେ ସମ୍ପୂର୍ଣ୍ଣ ବିଶ୍ରାମ ଆବଶ୍ୟକ : ନା ଆପଣ ଦୈନଦିନ କାମ କରିପାରିବେ, କିନ୍ତୁ ଅତିରିକ୍ତ ଶାରିରୀକ ପରିଶ୍ରମରୁ ଦୂରେଇ ରହିବାକୁ ପଡ଼ିବ ।
- ଆଇଭିଏଫ ଶିଶୁମାନେ ରୋଗିଣା ହୋଇଥାନ୍ତି : ନା ଆଇଭିଏଫ୍ ପଦ୍ଧତିରେ ଜନ୍ମ ହୋଇଥିବା ଶିଶୁମାନେ ପ୍ରାକୃତିକ ପଦ୍ଧତିରେ ଜନ୍ମ ହୋଇଥିବା ଶିଶୁମାନଙ୍କ ପରି ସୁସ୍ଥ ହୋଇଥାନ୍ତି ।
- ଆଇଭିଏଫ୍ ଯନ୍ତ୍ରଣାଦାୟକ : ଏହା ସମ୍ପୂର୍ଣ୍ଣ ସତ୍ୟ ନହେଲେ ବି କିଛିମାତ୍ରାରେ ସତ୍ୟ । ବିଶେଷ କରି ଡିମ୍ବାଣୁ ଆହରଣ ସମୟରେ କିଛି ଯନ୍ତ୍ରଣା ହୋଇପାରେ । କିନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଏଭଳି ଭାବେ ଡିଜାଇନ କରାଯାଇଛି ଯେ ରୋଗୀ ଦେଖାଶୁଣା ସହ ସମସ୍ତ କାର୍ଯ୍ୟ ସହଜରେ କରିପାରିବେ ।
- ଆଇଭିଏଫ କେବଳ ମହିଳାଙ୍କ ବନ୍ଧ୍ୟାତ୍ୱ ଦୂରିକରଣ ପାଇଁ : ଏହା ଭୁଲ, ଆଇଭିଏଫ୍ ଦ୍ୱାରା ଉଭୟ ପୁରୁଷ ଓ ମହିଳାଙ୍କ ବନ୍ଧ୍ୟାତ୍ୱ ସମସ୍ୟାର ସମାଧାନ କରାଯାଇପାରିବ ।
-ଆଇଭିଏଫ ଶେଷ ବିକଳ୍ପ ଚିକିତ୍ସା : ନା ଆଇଭିଏଫ କେବଳ ସେମାନଙ୍କ ପାଇଁ ନୁହେଁ ଯେଉଁମାନେ ସମସ୍ତ ବିକଳ୍ପ ଚେଷ୍ଟା କରିସାରିଛନ୍ତି, ଏହା ଅନେକ ପ୍ରଜନନ ଚିକିତ୍ସା ଉପାୟ ମଧ୍ୟରୁ ଗୋଟିଏ ।
- ଆଇଭିଏଫ ତରଳ ଭଣ୍ଡାର ଶୋଷଣ କରିଦିଏ : ଏହା ଭ୍ରମ ଅଟେ, ଆଇଭିଏଫ ଆପଣଙ୍କ ତରଳ ଭଣ୍ଡାର ଉପରେ କୌଣସି କ୍ଷତି କରେନାହିଁ, ବରଂ ଏହା ଉପଲବ୍ଧ ଭଣ୍ଡାର ସହିତ ସଫଳତା ବଢ଼ାଇପାରେ ।
- ଆଇଭିଏଫ କେବଳ ଦମ୍ପତିଙ୍କ ପାଇଁ : ନା ଏହା ସିଙ୍ଗଲ ମହିଳାମାନଙ୍କ ପାଇଁ ବି ଏକ ଉପାୟ ହୋଇପାରେ ।
- ଆଇଭିଏଫ କେବଳ ମହିଳାଙ୍କ ପାଇଁ : ନା ଏହା ଉଭୟ ପୁରୁଷ ଓ ମହିଳାଙ୍କ ପ୍ରଜନନ କ୍ଷମତା ବୃଦ୍ଧି ପାଇଁ ଏକ ସହଜ ଚିକିତ୍ସା ଅଟେ ।
ଆଇଭିଏଫ ଗଭୀର ବନ୍ଧ୍ୟାତ୍ୱ ସମସ୍ୟା ଦେଖାଉଥିବା ଲୋକଙ୍କ ପାଇଁ ଏକ ଅନୁଗ୍ରହ ବୋଲି ପ୍ରମାଣିତ ହୋଇଛି । କିନ୍ତୁ ଏହାର ନିଜ ସ୍ୱଭାବ ଅନୁଯାୟୀ କିଛି ସୀମିତତା ମଧ୍ୟ ଅଛି । କେବେ କେବେ ଏକାଧିକ ଆଇଭିଏଫ ଚେଷ୍ଟାର ଆବଶ୍ୟକତା ପଡେ । କେବେ କେବେ ପୁନଃପୁନଃ ଗର୍ଭପାତ ହେତୁ ବି ଏହା ବିଫଳ ହୋଇପାରେ । କିଛି ଲୋକ ପ୍ରଥମ ଚେଷ୍ଟାରେ ବି ସଫଳ ହୋଇଥାନ୍ତି । କିନ୍ତ କିଛିଙ୍କ ପାଇଁ ଏହା ଆର୍ଥିକ ଓ ମାନସିକ ଭାବେ କ୍ଷତିକାରକ ହୋଇପାରେ ।
ସେଥିପାଇଁ ଆପଣ ସମସ୍ତ ବିକଳ୍ପ ବିଷୟରେ ଡାକ୍ତରଙ୍କ ସହ ଖୋଲା ଆଲୋଚନା କରନ୍ତୁ, ତେବେ ଆପଣ ସଠିକ୍ ନିଷ୍ପତ୍ତି ନେଇପାରିବେ ।