ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା, ଯାତ୍ରୀବାହୀ ବସରେ ମହିଳା କରୁଥିଲେ ଗଂଜେଇ ଚାଲାଣ, ୫ ମହିଳା ଗିରଫ୍

ସୂଚନା ପାଇ ମହିଳା ଗ୍ୟାଙ୍ଗକୁ ଠାବ କରିଛି କୋଟିନାଡ଼ା ପୁଲିସ । ଯାତ୍ରୀବାହୀ ବସରୁ ୬୩ କିଲୋ ଗଞ୍ଜେଇ ଜବତ କରି କନ୍ଧମାଳ ଜିଲ୍ଲାର ୫ ମହିଳା ଓ ଜଣେ ପୁରୁଷକୁ ଗିରଫ କରିଛି କୋଟିନଡା ପୋଲିସ ।

32

କନକ ବ୍ୟୁରୋ :  ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା। ଯାତ୍ରୀବାହୀ ବସରେ ଗଂଜେଇ ଚୋରା ଚାଲାଣ କରୁଛନ୍ତି ମହିଳା । ସୂଚନା ପାଇ ମହିଳା ଗ୍ୟାଙ୍ଗକୁ ଠାବ କରିଛି କୋଟିନାଡ଼ା ପୁଲିସ । ଯାତ୍ରୀବାହୀ ବସରୁ ୬୩ କିଲୋ ଗଞ୍ଜେଇ ଜବତ କରି କନ୍ଧମାଳ ଜିଲ୍ଲାର ୫ ମହିଳା ଓ ଜଣେ ପୁରୁଷକୁ ଗିରଫ କରିଛି କୋଟିନଡା ପୋଲିସ । ବସରେ ଗଞ୍ଜେଇ ଯାଉଥିବାର ଖବର ପାଇ ଆସିକାରୁ କୋଦଳା ଯାଉଥିବା ବସକୁ କଲେଜ ଛକ ଠାରେ ଅଟକାଇ ସେଥିରୁ ଗଞ୍ଜେଇ ଜବତ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe