କନକ ବ୍ୟୁରୋ : ଅଧିକ ଇଲେକ୍ଟ୍ରିକ୍ ଗାଡି ବ୍ୟବହାର ପାଇଁ ଖୁବଶୀଘ୍ର ଆସିବ ନୂଆ ଇଭି ପଲିସି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସୂଚନା ଦେଇଛନ୍ତି । ସରକାରୀ ଅଫିସରଙ୍କ ବାସଭବନରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ସମସ୍ତ ସରକାରୀ କର୍ମଚାରୀ ଇଭି ଗାଡି ବ୍ୟବହାର କରିବା ଉଚିତ୍ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି । ରାଜ୍ୟର ସରକାରୀ କାର୍ଯ୍ୟାଳୟରେ ଆସନ୍ତା ୫ ବର୍ଷ ମଧ୍ୟରେ ଲାଗିବ ସୌର ପ୍ୟାନେଲ । ବର୍ତ୍ତମାନ କଟକ-ଭୁବନେଶ୍ୱର କାର୍ଯ୍ୟାଳୟ ଗୁଡିକରେ ଲଗାଯାଇଛି । ଆଗକୁ ସମସ୍ତ ସହରରେ କରାଯିବ ବୋଲି ଶକ୍ତି ସଚିବ ଵିଶାଲ ଦେବ କହିଛନ୍ତି ।
ଅଧିକ ଇଲେକ୍ଟ୍ରିକ୍ ଗାଡି ବ୍ୟବହାର ପାଇଁ ଆସିବ ନୂଆ ଇଭି ପଲିସି । ସରକାରୀ କର୍ମଚାରୀଙ୍କ ବାସଭବନରେ ବାଧ୍ୟତାମୂଳକ ଭାବେ ଲାଗିବ ସୌର ପ୍ୟାନେଲ
ସରକାରୀ ଅଫିସରଙ୍କ ବାସଭବନରେ ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ସମସ୍ତ ସରକାରୀ କର୍ମଚାରୀ ଇଭି ଗାଡି ବ୍ୟବହାର କରିବା ଉଚିତ୍ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ।
/kanak/media/media_files/2025/05/03/ldZo86DiQeEydBfHuADP.jpg)