କନକ ବ୍ୟୁରୋ : ଚଳିତ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ ବିଭାଗକୁ ଗୁରୁତ୍ୱ ଦେଇଛନ୍ତି । ଏହି ଅବସରରେ ଆଜି ଓଡିଶାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ତା ପୂର୍ବରୁ ଗୋଠପାଟଣାରେ ନିର୍ମାଣ ହେବାକୁ ଥିବା ଭେସଜ ବିଜ୍ଞାନ ପରୀକ୍ଷା କେନ୍ଦ୍ରର ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇ ବାର୍ତ୍ତା ରଖିଛନ୍ତି । ସେ କହିଛନ୍ତି କି, ପୂର୍ବରୁ ଔଷଧର ମାନ ପରୀକ୍ଷା ପାଇଁ ଆମକୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା । ହେଲେ ଏବେ ଔଷଧର ମାନ ପରୀକ୍ଷା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବନାହିଁ । କେବଳ ସେତିକି ନୁହେଁ ରାଜ୍ୟରେ ଔଷଧ ବିତରଣକୁ ପ୍ରୋତ୍ସାହନ ମିଳିବ । ଅନ୍ୟପଟେ ଗୋଠପାଟଣା ନୁହେଁ ଏହାପରେ ରାଜ୍ୟର ଅନ୍ୟ କିଛି ସ୍ଥାନରେ ଭେସଜ ବିଜ୍ଞାନ ପରୀକ୍ଷା କେନ୍ଦ୍ର ନିର୍ମାଣ କରିବାକୁ ଯୋଜନା କରାଯାଇଥିବା କଥା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ରାଜ୍ୟରେ ଆଜିଠାରୁ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟକାର୍ଡକୁ ନେଇ ଲୋକମାନେ ସନ୍ଦେହରେ ଅଛନ୍ତି । ଏହି ସନ୍ଦେହ ଦୂର କରି ମୁଖ୍ୟମନ୍ତ୍ରୀ କହିଛନ୍ତି କି, ରାଜ୍ୟରେ ଆୟୁଷ୍ମାନ ଯୋଜନା ସହ ଗୋପବନ୍ଧୁ ଆରୋଗ୍ୟ ଯୋଜନା ମଧ୍ୟ ଲାଗୁ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି କି, ସ୍ୱାସ୍ଥ୍ର୍ୟବୀମା ଓ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଚଳିତ ବଜେଟରେ ଅଧିକ ବ୍ୟୟବରାଦ କରିଛନ୍ତି । ଯାହା କି ପୂର୍ବବର୍ଷ ଅପେକ୍ଷା ୩୨ ପ୍ରତିଶତ ଅଧିକ । ମୋଟ ବଜେଟରରେ ଏହା ୮ ପ୍ରତିଶତ । ପ୍ରଧାନମନ୍ତ୍ରୀଙ୍କ ଭଳି ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଉପରେ ଗୁରୁତ୍ୱପ୍ରଦାନ କରିଛନ୍ତି ।