କନକ ବ୍ୟୁରୋ ; ମୟୁରଭଞ୍ଜ ବାଙ୍ଗିରିପୋଷିରେ  ଆଜି ୩-୩ଟି ରେଳଲାଇନର ଭିତ୍ତିପ୍ରସ୍ତର ସ୍ଥାପନ କରି ଉତ୍ତର ଓଡିଶା ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡିଛନ୍ତି ରାଷ୍ଟ୍ରପତି । କେନ୍ଦୁଝର-ମୟୁରଭଞ୍ଜ ରେଳପଥ ଭିତ୍ତିଭୂମିର ରୂପାନ୍ତରଣରେ ଏହା ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି । ଏହି ୩ ନୂଆ ରେଳଲାଇନ ହେଲା ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢାମରା -ଚାକୁଲିଆ, ବାଦାମପାହାଡ- କେନ୍ଦୁଝରଗଡ ।  ବାଙ୍ଗିରିପୋଷିରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀ ଉପସ୍ଥିତ ଥିଲେ । ଏହି ରେଳଲାଇନ ହେଲେ
-ବାଙ୍ଗିରିପୋଷି-ଗୋରୁମହିଷାଣୀ  ୮୬ କି.ମି ରେଳଲାଇନ ପାଇଁ ଖର୍ଚ୍ଚ ହେବ ୨୫୪୯ କୋଟି
-ବୁଢାମରା -ଚାକୁଲିଆ ୬୦ କି.ମି ରେଳଲାଇନ ପାଇଁ ବ୍ୟୟବରାଦ ୨୬୩୯ କୋଟି
-ବାଦାମପାହାଡ- କେନ୍ଦୁଝରଗଡ ୮୨ କି.ମି ପାଇଁ ଖର୍ଚ୍ଚ ହେବ ୨୧୦୬ କୋଟି

Advertisment

ଝଲସୁଛି କଟକ ରେଳଷ୍ଟସନର ଦ୍ୱିତୀୟ ପ୍ରବେଶ ଦ୍ୱାର ।  ୧୬ ନମ୍ବର ଜାତୀୟ ରାଜପଥ କଡରେ ଏହି ନୂଆ ପ୍ରବେଶ ଦ୍ୱାରରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ।  କଟକ ତାରକସି, ରେଭେନ୍ସା ଓ ବାଲିଯାତ୍ରା ତୋରଣରେ ଚିତ୍ରିତ ହୋଇଛି ରେଳଷ୍ଟେସନ ।  ଷ୍ଟେସନର ଭିତର ଶୀତତାପ ନିୟନ୍ତ୍ରିତ ହୋଇଥିବାବେଳେ ଯାତ୍ରୀମାନେ ପାଇବେ ସପିଂ ମଲର ଅନୂଭୁତି ।  ଯାତ୍ରୀଙ୍କ ସୁବିଧା ପାଇଁ ଏସ୍କାଲେଟରର ବ୍ୟବସ୍ଥା ରହିଛି ।  କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାକୁ ଉଦଘାଟନ କରିଛନ୍ତି ।

କଟର ରେଳଷ୍ଟେସନର ଏହି ଦ୍ବିତୀୟ ପ୍ରବେଶ ଦ୍ବାର  ସିଧା ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି । ଏହାଦ୍ବାରା ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।