କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା ଉଚ୍ଚସ୍ତରୀୟ କମିଟ ଆଗରେ ହାଜର ହେଲେ ବିଶ୍ୱବିଦ୍ୟାଳୟର ୬ କର୍ମଚାରୀ

ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ ବିଶ୍ବବିଦ୍ୟାଳୟର ୬ କର୍ମଚାରୀ। ଆଜି ଦିନ ୧୧ଟା ପରଠାରୁ ରାଜ୍ୟ ଅତିଥିଭବନରେ ୬ଜଣଙ୍କୁ ପର୍ୟ୍ୟାୟକ୍ରମେ ଜେରା କରାଯିବ। ସମସ୍ତ କର୍ମଚାରୀ ହାଜର ହୋଇ ତଥ୍ୟ ରଖିବାକୁ ନୋଟିସ୍ ହୋଇଛି।

fdggfdgg

କନକ ବ୍ୟୁରୋ : କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ର ମୃତ୍ୟୁ, ପରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ ମାରି ସ୍ଵଦେଶ ପଠାଇଦେବା ଘଟଣା ନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟିର ଯାଞ୍ଚ ଜାରି। ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ ବିଶ୍ବବିଦ୍ୟାଳୟର ୬ କର୍ମଚାରୀ। ଆଜି ଦିନ ୧୧ଟା ପରଠାରୁ ରାଜ୍ୟ ଅତିଥିଭବନରେ ୬ଜଣଙ୍କୁ ପର୍ୟ୍ୟାୟକ୍ରମେ ଜେରା କରାଯିବ। ସମସ୍ତ କର୍ମଚାରୀ ହାଜର ହୋଇ ତଥ୍ୟ ରଖିବାକୁ ନୋଟିସ୍ ହୋଇଛି। ୬ କର୍ମଚାରୀଙ୍କ ମଧ୍ୟରେ କିଟ୍ ଇଣ୍ଟର୍‌ନ୍ୟାସନାଲ୍‌ କମିଟି ମୁଖ୍ୟ ଇପ୍ସିତା ଶତପଥୀ, ସୁରକ୍ଷା ମୁଖ୍ୟ ପିକେ ପଟ୍ଟନାୟକ, ସହକାରୀ ନିର୍ଦ୍ଦେଶକ ସ୍ମରିକା ପତି, ସିନିୟର଼ ହଷ୍ଟେଲ୍ ସୁପରିଟେଣ୍ଡେଣ୍ଟ ସଂହିତା ମିଶ୍ର ରହିଛନ୍ତି।  ପୂର୍ବରୁ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମେତ ୮ ଜାଣ ଙ୍କୁ ଜେରା କରି ସାରିଛି କମିଟି। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe