କନକ ବ୍ୟୁରୋ : ପାଖାପାଖି ୧୨୫ କୋଟି ଟଙ୍କାର ବିରଜା ପରିକ୍ରମା ପ୍ରକଳ୍ପ କାମ ଜାରି ରହିଥିଲେ କେବେଠାରୁ ସରନ୍ତାଣି। କିନ୍ତୁ ବିଜେଡି ସରକାର ଆରମ୍ଭ କରିଥିବା ଏହି କାମ ରାଜ୍ୟରେ ବିଜେପି  ସରକାର ଆସିବା ପରଠୁଁ ଉପେକ୍ଷିତ ଅବସ୍ଥାରେ ରହିଥିଲା । ସେବାୟତଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ଗଣମାଧ୍ୟମରେ ଚାରମ୍ବାର ପ୍ରକଳ୍ପ କାମ ସାରିବାକୁ ଦାବି କରାଯାଇଥିଲେ ମଧ୍ୟ ସରକାର ଏ ବାବଦରେ ଅବଗତ ଅଛି, ତୁରନ୍ତ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ମିଳୁଥିଲା ।

Advertisment

ଅଧିକ ପଢନ୍ତୁ... କେଦାରନାଥରେ ମୋବାଇଲ୍ ମନା: ମନ୍ଦିର ପରିସରରେ ରିଲ୍ସ କଲେ ଦେବାକୁ ପଡ଼ିବ ଜରିମାନା

କିନ୍ତୁ ହଠାତ ଦୁଇଦିନ ହେବ ବିରଜା ମନ୍ଦିର ପ୍ରତି ଯାଜପୁର ଜିଲ୍ଲା  ପ୍ରଶାସନର ଆତ୍ମୀୟତା ଜାଗି ଉଠିଛି । ଆଉ ଦୁଇ ଦିନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଯାଜପୁର ଗସ୍ତରେ ଆସି ମା' ବିରଜାଙ୍କ ଦର୍ଶନ ଓ ନାଭିଗୟାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ରହିଛି ।  ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛି  ।  ଏଥିପାଇଁ କେବଳ ମା' ବିରଜାଙ୍କ ମନ୍ଦିର ନୁହେଁ ବରଂ ଅବହେଳିତ ସ୍ଥିତିରେ ଥିବା ଯାଜପୁର ସହରର ମୁଖ୍ୟ ରାସ୍ତାଘାଟଗୁଡ଼ିକ ସଜଡ଼ା ଯାଉଛି ।  ଦିନରାତି ରାସ୍ତା ମରାମତି ଓ ଅଳିଆ ଉଠା କାମରେ ଶ୍ରମିକ ଲାଗିଛନ୍ତି।