ତମସାଙ୍କ ଉପରେ ଭାଙ୍ଗିପଡିଲା ଦୁଃଖର ପାହାଡ : ଆରପାରିରେ ତାଙ୍କର ଆଖିର ତାରା

Advertisment

ଧନରେ ତୁ କୁଆଡେ ଗଲୁ, ତୋ କୁନି କୁନି ପାଦ ପକାଇ ତୁ ମୋ ପାଖକୁ ଫେରି ଆ, ମୋ ପଣତରେ ତତେ ଆଦରି ନେବି, ମୋ ଆଖିର ତାରା ଆଉ ଅଭିମାନ କରେନି, ଆ ପଳେଇଆସେ ଧନ |

ଧନରେ ତୁ କୁଆଡେ ଗଲୁ, ତୋ କୁନି କୁନି ପାଦ ପକାଇ ତୁ ମୋ ପାଖକୁ ଫେରି ଆ, ମୋ ପଣତରେ ତତେ ଆଦରି ନେବି, ମୋ ଆଖିର ତାରା ଆଉ ଅଭିମାନ କରେନି, ଆ ପଳେଇଆସେ ଧନ |

tamasha

Photograph: (kanaknews)

କନକବ୍ୟୁରୋ : ଧନରେ ତୁ କୁଆଡେ ଗଲୁ, ତୋ କୁନି କୁନି ପାଦ ପକାଇ ତୁ ମୋ ପାଖକୁ ଫେରି ଆ, ମୋ ପଣତରେ ତତେ ଆଦରି ନେବି, ମୋ ଆଖିର ତାରା ଆଉ ଅଭିମାନ କରେନି, ଆ ପଳେଇଆସେ ଧନ | ହେ ଈଶ୍ୱର, ମୋ ଗୁଣମଣିକୁ ପଠାଇଦିଅ | ହୃଦୟର ଏସବୁ କଥା ଆଉ ଶୁଣିବାକୁ ସିଏ ନାହିଁ | ଏମିତି ଏକ ଅଫେରା ରାଇଜକୁ ସିଏ ଚାଲିଯାଇଛି ଯେଉଁଠାରୁ କେହି କେବେ ଫେରିପାରିବ ନାହିଁ |

ଆଉ ମଞ୍ଚରେ ହସାଇବେ ନାହିଁ ବୁଧିଆ ନନା : ସମସ୍ତଙ୍କୁ କନ୍ଦାଇ ଚାଲିଗଲେ ଆରପାରିକୁ ....

ଆମେ କହୁଛୁ ଯାତ୍ରା ସିଂହବାହିନୀଙ୍କର ମୁଖ୍ୟ ଅଭିନେତ୍ରୀ ତମସା ମିଶ୍ରଙ୍କ ଜୀବନରେ ଘଟିଥିବା ଏମିତି ଏକ କାହାଣୀ ଯାହା ଆପଣଙ୍କ ଆଖିରେ ବି ଲୁହ ଆଣିଦେବ ବାସ୍ତବରେ ଗତକାଲି ତମସା ମିଶ୍ରଙ୍କର ଏକମାତ୍ର ପୁଅ ଆଦିଦେବ ଏଦୁନିଆରୁ ଚାଲିଯାଇଛି  | ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବାବେଳେ ଗତକାଲି କୁନି ପୁଅର ଦେହାନ୍ତ ହୋଇଯାଇଛି | ବୟସ ବି ସେମିତି ହୋଇନଥିଲା, ମାତ୍ର ଅଢେଇ ବର୍ଷ ହେବ | ଗତକାଲି ତମସା ଯାତ୍ରାରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପୁଅର ଗୁରୁତର ହୋଇପଡିବା କଥା ଜାଣିଥିଲେ | ଆଉ ଏକଥା ଶୁଣିବା ପରେ ସେ ଭାଙ୍ଗିପଡିଥିଲେ | 

ଏହାପରେ ପୁଅର ଚାଲିଯିବା କଥା ତାଙ୍କ ସ୍ୱାମୀ ତାଙ୍କୁ ଜଣାଇଥିଲେ | ଆଉ ବିଷିକେଶନ ଚାଲିଯିବା ଶୁଣି ତମସାଙ୍କ ଆଖିରୁ ଲୁହ ଅବିରତ ଝରିଥିବାବେଳେ ସେ ଏକଦମ ନିରବ ହୋଇପଡିଥିଲେ |  କୁହାଯାଏ ମଞ୍ଚରେ ଅଭିନୟ କରିବା ତମସାଙ୍କ ପାଇଁ ବାଧ୍ୟବାଧକତା ଥିଲା | ଆଉ ସେ ବି ତାଙ୍କ ପୁଅକୁ ଅନେକ ସମୟରେ ଝୁରୁଥିଲେ | ପୁଅକୁ ନେଇ ତମସା ଏମିତି କିଛି ଲେଖିଥିଲେ, ଯାହା ଆପଣଙ୍କୁ ବି ଭାବବିହ୍ୱଳ କରିଦେବ | ତମସା ଲେଖିଥିଲେ, 'ମୃତ୍ୟୁ ପରେ ମଣିଷର ମସ୍ତିଷ୍କ ୭ ମିନିଟ୍ ପର୍ଯ୍ୟନ୍ତ ଜୀବିତ ରହେ ଏବଂ ସେହି ସମୟରେ ସେ ନିଜର ଶ୍ରେଷ୍ଠ ସ୍ମୃତିଗୁଡ଼ିକୁ ସାଉଁଟିଥାଏ | ଯଦି ଏହା ସତ, ତେବେ ମୋର ସେହି ଶେଷ ସାତ ମିନିଟରେ ଶୋଇବା ସମୟରେ ତା କୁନି ହସର କିଳିକିଳି ଶବ୍ଦ ଏବଂ କୁନି ଓଠରେ

ଚୁମ୍ବନର ଉଷ୍ମତା, ତା ମୁହଁରୁ "ମାମା" ର ଡାକ, 
ମୋ କୋଳରେ ବସିଥିବା ସମୟରେ ତା ଚୁଟିର ସେହି ମିଠା ଭୂରୁଭୂରୁ ବାସ୍ନା, ଘର ସାରା ତାର ଛୋଟ ପାଦଗୁଡ଼ିକର ଦୌଡ଼ିବା ଶବ୍ଦ' ସେ ହିଁ ହେବ ମୋର ସେହି ସାତ ମିନିଟ୍.. ମୃତ୍ୟୁ ପରେ ନର୍କ କି ସ୍ବର୍ଗ ପ୍ରାପ୍ତି ତାହା ତ ଜାଣେନି, କିନ୍ତୁ ମୃତ୍ୟୁ ପୂର୍ବର ଏହି ସବୁ ସ୍ମୃତି ହିଁ ମୋ ପାଇଁ ସ୍ଵର୍ଗର ଅନୁଭବ' |  ଯାତ୍ରା ସିଂହବାହିନୀକୁ ଆସିବା ଆଗରୁ ସେ 'ବିଜୟିନୀ' ଧାରାବାହିକରେ କାମ କରିଥିଲେ । ଏହାପରେ ନାଟକ 'ଯାଯାବର', 'ଭୋଳା ଶଙ୍କର' ନାଟକରେ ତାଙ୍କ ଅଭିନୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା |ତମସା ଇଂରାଜୀରେ ଏମଏ କରିଥିବାବେଳେ ସେ +୨ ସମୟରୁ ହିଁ ଆକଟିଂଗ କରିବା ଆରମ୍ଭ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe