କନକ ବ୍ୟୁରୋ: ବାବୁଙ୍କ ଘରୁ ଜବତ ହେଲା ୧୦ଲକ୍ଷ ଟଙ୍କା। ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରୁ ମିଳିଛି ଲକ୍ଷାଧିକ ନଗଦ ଟଙ୍କା। ଆୟଠୁ ଅଧିକ ଠୁଳ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ ବେଳେ ୯ଲକ୍ଷ ୮୩ହଜାର ଟଙ୍କା ମିଳିଛି। ଧରଣୀଧର ନାୟକଙ୍କ ଭୁବନେଶ୍ବର ଘରୁ ୫ଲକ୍ଷ ୫୮ହଜାର ଟଙ୍କା ଓ ତାଳଚେର ସରକାରୀ ବାସଭବନରୁ ୪ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାସହ ଭୁବନେଶ୍ବରରେ ୨ଟି ବିଲଣ୍ଡିଂ, ପ୍ରାୟ ୧କୋଟି ୩୦ଲକ୍ଷ ଟଙ୍କା ମୂଲ୍ୟର ୩ମହଲା କୋଠା ଓ ଗୋଟିଏ ଡୁପ୍ଲେକ୍ସ କୋଠା ରହିଛି। କେନ୍ଦୁଝର ତେଲକୋଇରେ ୧୯ଟି ଦୋକାନ ଥିବା ୨ଟି ମାର୍କେଟ କମ୍ପ୍ଲେକ୍ସ ବି ରହିଛି।
କେନ୍ଦୁଝର ତେଲକୋଇରେ ଏକ ନିର୍ମାଣଧୀନ କୋଠା, ଏକ ବିଲଣ୍ଡିଂ ରହିଥିବା ବେଳେ ଗୋଟିଏ ଚାରି ଚକିଆ ବି ଜବତ କରାଯାଇଛି। ଭୁବନେଶ୍ବର ପ୍ରାଇମ ଲୋକେସନରେ ୨ଟି ପ୍ଲଟ ଏବଂ ତେଲକୋଇରେ ୭ଟି ପ୍ଲଟ ରହିଛି। ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଉଛି। ଭୁବନେଶ୍ବର ପଟିଆରେ ରହୁଥିବା ଫ୍ଲାଟ, କେନ୍ଦୁଝର ତେଲକୋଇରେ ଥିବା ଦୁଇ ମହଲା ମାର୍କେଟ୍ କମ୍ପ୍ଲେକ୍ସ ଓ ଏକ ନିର୍ମାଣାଧୀନ ମାର୍କେଟ୍ କମ୍ପ୍ଲେକ୍ସରେ ରେଡ୍ କରୁଛି ଭିଜିଲାନ୍ସ। ସେହିପରି ତେଲକୋଇରେ ଥିବା ଘର, ଚମ୍ପୁଆରେ ଥିବା ପୈତୃକ ଘର, ଅନୁଗୁଳରେ ଥିବା ଘରେ ରେଡ୍ ହେଉଛି। ତାଳଚେରରେ ଥିବା ଅଫିସ୍ ଓ ଘଟଗାଁରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/9dLYEHnKomlzK4IPvqTM.jpg)