କନକ ବ୍ୟୁରୋ : ଅତ୍ୟାଧୁନିକ ପ୍ରଣାଳିରେ କୁକୁଡ଼ା ଫାର୍ମ । ୩୦ ପ୍ରତିଶତ ରିହାତି ସହ ୧ କୋଟି ୮୦ଲକ୍ଷ ଟଙ୍କା ଋଣ ନେଇ ଗତ ୨୦୧୮ ମସିହାରୁ ୧୦ ହଜାର କୁକୁଡା ନେଇ ଲେୟର ଫାର୍ମ କରିଛନ୍ତି ଆରତୀ। ଦେବଗଡ଼ ତିଲେଇବଣୀ ବ୍ଲକ ଝରାଗୋଗୁଆ ଗାଁର ଉଚ୍ଚଶିକ୍ଷିତ ଝିଅ ହେଉଛନ୍ତି ଆରତୀ ପଟେଲ । ଉଚ୍ଚଶିକ୍ଷା ପରେ ନିଜସ୍ବ ଉଦ୍ୟମରେ ସ୍ୱାବଲମ୍ବୀ ହେବାର ଇଚ୍ଛା ତାଙ୍କୁ ଏହି ସୋପାନରେ ପହଂଚାଇପାରିଛି । କୈାଣସି ଚାକିରୀ ପଛରେ ନଗୋଡାଇ ନିଜ ଗାଁରେ ଥିବା ପୈତୃକ ଜମିରେ ସେ କୁକୁଡ଼ା ଫାର୍ମ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଲେୟର ଫାର୍ମ କରି ଅଣ୍ଡା ଉତ୍ପାଦନ କରୁଛନ୍ତି । ଏଥିପାଇଁ ଆରତୀ ଜିଲ୍ଲା ପ୍ରାଣୀଧନ ବିଭାଗ ସହାୟତା ନେଇଥିଲେ । ତାଙ୍କ ଫାର୍ମରୁ ଦୈନିକ ପ୍ରାୟ ୨୫ ହଜାର ଅଣ୍ଡା ଉତ୍ପାଦନ କରାଯାଉଥିବା ବେଳେ ଏହାକୁ ଆରତୀ ସ୍ଥାନୀୟ ବଜାର ଚାହିଦା ପୂରଣ କରିବା ସହ ପଡୋଶୀ ସମ୍ବଲପୁର, ସୁନ୍ଦରଗଡ, ଅନଗୁଳ, କେନ୍ଦୁଝର ଓ ଝାରସୁଗୁଡା ଜିଲ୍ଲାକୁ ମଧ୍ୟ ରତ୍ପାନୀ କରୁଛନ୍ତି । ୨୫ ରୁ ୩୦ ପରିବାରକୁ ରୋଜଗାର ଯୋଗାଇବାରେ ଏହି ଉଦ୍ୟୋଗ ସହାୟକ ହୋଇଛି ।
ଏହି ଉଦ୍ୟୋଗ ଜରିଆରେ ନିଜେ ସ୍ୱାବଲମ୍ବି ହେବା ସହ ଅନ୍ୟମାନଙ୍କୁ ସ୍ୱାବଲମ୍ବି କରାଇଛନ୍ତି ଆରତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।