ପାଣ୍ଡରାରେ ହେବ ଆଧୁନିକ ମାଛ ବଜାର, ଖର୍ଚ୍ଚ ହେବ ୫୦ କୋଟି ଟଙ୍କା..

Advertisment

ଶ୍ରେୟ ନେବାକୁ ଚାଲିଛି ରାଜନୀତି, ସଂସଦ ଅପରାଜିତାଙ୍କୁ ମେୟର ସୁଲୋଚନାଙ୍କ ତାତ୍ସଲ୍ୟ..

ଶ୍ରେୟ ନେବାକୁ ଚାଲିଛି ରାଜନୀତି, ସଂସଦ ଅପରାଜିତାଙ୍କୁ ମେୟର ସୁଲୋଚନାଙ୍କ ତାତ୍ସଲ୍ୟ..

ମାଛ ମାର୍କେଟ୍ ଶ୍ରେୟ ରାଜନୀତି

ମାଛ ମାର୍କେଟ୍ ଶ୍ରେୟ ରାଜନୀତି Photograph: (kanaknews)

କନକ ବ୍ୟୁରୋ:  ଭୁବନେଶ୍ବର ପାଣ୍ଡରାରେ ହେବ ଆଧୁନିକ ମାଛ ବଜାର ।  ୫.୮୦ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପକୁ କେନ୍ଦ୍ର ମତ୍ସ୍ୟ ଓ ପଶୁ ପାଳନ ଏବଂ ଡାଏରୀ ଗମେଣ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ମିଳିଛି ମଞ୍ଜୁରି । ଏଥିପାଇଁ ବ୍ୟୟବରାଦ ହୋଇଛି ୫୦ କୋଟି ଟଙ୍କା । ୨୦୨୪ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।  ଏବେ କିନ୍ତୁ ଅତ୍ୟାଧୁନିକ ମାଛ ମାର୍କେଟର ଶ୍ରେୟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

କହିଛନ୍ତି ଏହି ଆଧୁନିକ ମାଛ ମାର୍କେଟ ପାଇଁ ପୂର୍ବ ସରକାର ୨୦୨୩ ମସିହାରେ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ । ବିଏମସି ଏନେଇ ଜାଗା ଚିହ୍ନଟ କରିବା ସହିତ ଡିପିଆର ମଧ୍ୟ ପ୍ରସ୍ତୁତ କରିଥିଲା । ନବୀନ ପଟ୍ଟନାୟକଙ୍କ ସରକାରରେ ମାଛ ମାର୍କେଟ ପାଇଁ ବ୍ୟୟ ବରାଦ ହୋଇଥିଲା । କିନ୍ତୁ ନିର୍ବାଚନ ସମୟ ଥିବାରୁ ଡିପିଆର ଅନୁମୋଦନ ମିଳିନଥିଲା । ତେଣୁ ମାଛ ବଜାରକୁ ନେଇ ସାଂସଦଙ୍କ ଶ୍ରେୟ ନେବା ଘଟଣାକୁ ତାତ୍ସଲ୍ୟ କରିଛନ୍ତି ସୁଲୋଚନା ଦାସ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe