ପାଣ୍ଡରାରେ ହେବ ଆଧୁନିକ ମାଛ ବଜାର, ଖର୍ଚ୍ଚ ହେବ ୫୦ କୋଟି ଟଙ୍କା..

ଶ୍ରେୟ ନେବାକୁ ଚାଲିଛି ରାଜନୀତି, ସଂସଦ ଅପରାଜିତାଙ୍କୁ ମେୟର ସୁଲୋଚନାଙ୍କ ତାତ୍ସଲ୍ୟ..

ମାଛ ମାର୍କେଟ୍ ଶ୍ରେୟ ରାଜନୀତି

ମାଛ ମାର୍କେଟ୍ ଶ୍ରେୟ ରାଜନୀତି Photograph: (kanaknews)

କନକ ବ୍ୟୁରୋ:  ଭୁବନେଶ୍ବର ପାଣ୍ଡରାରେ ହେବ ଆଧୁନିକ ମାଛ ବଜାର ।  ୫.୮୦ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପକୁ କେନ୍ଦ୍ର ମତ୍ସ୍ୟ ଓ ପଶୁ ପାଳନ ଏବଂ ଡାଏରୀ ଗମେଣ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ମିଳିଛି ମଞ୍ଜୁରି । ଏଥିପାଇଁ ବ୍ୟୟବରାଦ ହୋଇଛି ୫୦ କୋଟି ଟଙ୍କା । ୨୦୨୪ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।  ଏବେ କିନ୍ତୁ ଅତ୍ୟାଧୁନିକ ମାଛ ମାର୍କେଟର ଶ୍ରେୟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

କହିଛନ୍ତି ଏହି ଆଧୁନିକ ମାଛ ମାର୍କେଟ ପାଇଁ ପୂର୍ବ ସରକାର ୨୦୨୩ ମସିହାରେ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ । ବିଏମସି ଏନେଇ ଜାଗା ଚିହ୍ନଟ କରିବା ସହିତ ଡିପିଆର ମଧ୍ୟ ପ୍ରସ୍ତୁତ କରିଥିଲା । ନବୀନ ପଟ୍ଟନାୟକଙ୍କ ସରକାରରେ ମାଛ ମାର୍କେଟ ପାଇଁ ବ୍ୟୟ ବରାଦ ହୋଇଥିଲା । କିନ୍ତୁ ନିର୍ବାଚନ ସମୟ ଥିବାରୁ ଡିପିଆର ଅନୁମୋଦନ ମିଳିନଥିଲା । ତେଣୁ ମାଛ ବଜାରକୁ ନେଇ ସାଂସଦଙ୍କ ଶ୍ରେୟ ନେବା ଘଟଣାକୁ ତାତ୍ସଲ୍ୟ କରିଛନ୍ତି ସୁଲୋଚନା ଦାସ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe