କନକ ବ୍ୟୁରୋ: ଭୁବନେଶ୍ବର ପାଣ୍ଡରାରେ ହେବ ଆଧୁନିକ ମାଛ ବଜାର । ୫.୮୦ ଏକର ଜମିରେ ହେବାକୁ ଥିବା ଏହି ପ୍ରକଳ୍ପକୁ କେନ୍ଦ୍ର ମତ୍ସ୍ୟ ଓ ପଶୁ ପାଳନ ଏବଂ ଡାଏରୀ ଗମେଣ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ମିଳିଛି ମଞ୍ଜୁରି । ଏଥିପାଇଁ ବ୍ୟୟବରାଦ ହୋଇଛି ୫୦ କୋଟି ଟଙ୍କା । ୨୦୨୪ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏବେ କିନ୍ତୁ ଅତ୍ୟାଧୁନିକ ମାଛ ମାର୍କେଟର ଶ୍ରେୟକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।
କହିଛନ୍ତି ଏହି ଆଧୁନିକ ମାଛ ମାର୍କେଟ ପାଇଁ ପୂର୍ବ ସରକାର ୨୦୨୩ ମସିହାରେ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ । ବିଏମସି ଏନେଇ ଜାଗା ଚିହ୍ନଟ କରିବା ସହିତ ଡିପିଆର ମଧ୍ୟ ପ୍ରସ୍ତୁତ କରିଥିଲା । ନବୀନ ପଟ୍ଟନାୟକଙ୍କ ସରକାରରେ ମାଛ ମାର୍କେଟ ପାଇଁ ବ୍ୟୟ ବରାଦ ହୋଇଥିଲା । କିନ୍ତୁ ନିର୍ବାଚନ ସମୟ ଥିବାରୁ ଡିପିଆର ଅନୁମୋଦନ ମିଳିନଥିଲା । ତେଣୁ ମାଛ ବଜାରକୁ ନେଇ ସାଂସଦଙ୍କ ଶ୍ରେୟ ନେବା ଘଟଣାକୁ ତାତ୍ସଲ୍ୟ କରିଛନ୍ତି ସୁଲୋଚନା ଦାସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/13/IEkYJAjIYNpqnNKhBQZr.jpg)