ଥାନା ଭୟରେ ପୋଖରୀକୁ ଡେଇଁପଡିଲା ଦୁର୍ବୃତ୍ତ : ମାରପିଟ୍ କରି ବୁଲୁଥିବା ବେଳେ ଦୁର୍ବୃତ୍ତକୁ କାବୁ କରିଥିଲା ପୁଲିସ

ଥାନା ଭୟରେ, ପୋଖରୀକୁ ଡେଇଁ ପଡ଼ିଲା ଦୁର୍ବୃତ୍ତ। ମାଡ଼ପିଟ୍‌ କରି ଖୁଲାମଖୁଲା ବୁଲୁଥିଲା। ଖବର ପାଇ ପୁଲିସ୍‌ କାବୁ କଲା। ଅଥଚ ଥାନାକୁ ଏତେ ଭୟ ଯେ, ପୁଲିସ୍‌ କବଳରୁ ଖସିବାକୁ ଯାଇ ପୋଖରୀକୁ ଡେଇଁ ପଡ଼ିଲା

31

Photograph: (kanaknews)

କନକବ୍ୟୁରୋ : ଥାନା ଭୟରେ, ପୋଖରୀକୁ ଡେଇଁ ପଡ଼ିଲା ଦୁର୍ବୃତ୍ତ। ମାଡ଼ପିଟ୍‌ କରି ଖୁଲାମଖୁଲା ବୁଲୁଥିଲା। ଖବର ପାଇ ପୁଲିସ୍‌ କାବୁ କଲା। ଅଥଚ ଥାନାକୁ ଏତେ ଭୟ ଯେ, ପୁଲିସ୍‌ କବଳରୁ ଖସିବାକୁ ଯାଇ ପୋଖରୀକୁ ଡେଇଁ ପଡ଼ିଲା। ଭାବିଥିଲା, ଅନ୍ଧାରର ସାହାରା ନେଇ ପୁଲିସ୍‌ କବଳରୁ ଖସିଯିବ। କିନ୍ତୁ ଚାରିପଟୁ ପୁଲିସ୍‌ ଘେରି ଟର୍ଚ୍ଚ ଲଗେଇ ଖୋଜିବାରୁ ଅକଲ ଗୁଡ଼ୁମ ହୋଇଗଲା। ସିଧା କାନମୁଣ୍ଡା ଆଉଁଷି ପୁଣି ପୁଲିସ ବାବୁଙ୍କ ହାତରେ ନିଜକୁ ସମର୍ପି ଦେଲା। ମାଡ଼ପିଟ ଅଭିଯୋଗରେ  ସଦର ଥାନା ପୁଲିସ୍‌ ଅଠର ନଳା ନିକଟରେ ଜଣେ ବ୍ୟକ୍ତିକୁ ଧରି ପଚରାଉଚରା କରିବାକୁ ଉଦ୍ୟମ ବେଳେ   ଚୋର ଟି ପଥର ପୋଖରୀକୁ ଡେଇଁ ପଡିଥିଲା। ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଏଭଳି ନାଟକବାଜି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe