ବାଲେଶ୍ୱର ରେମୁଣାରେ ଚାଞ୍ଚଲ୍ୟ । ପରିତ୍ୟକ୍ତ ଘରୁ ମିଳିଲା ନାବାଳିକାର ମୃତଦେହ

Advertisment

ପରିତ୍ୟକ୍ତ କୋଠାରୁ ମିଳିଲା ନାବାଳିକାଙ୍କ ମୃତଦେହ। ଅପହରଣ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ। ଏଭଳି ଏକ ଘଟଣାକୁ ନେଇ ବାଲେଶ୍ୱର ରେମୁଣାରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୁରୁବାର ରାତିରେ ଏକ ତିନି ମହଲା

ପରିତ୍ୟକ୍ତ କୋଠାରୁ ମିଳିଲା ନାବାଳିକାଙ୍କ ମୃତଦେହ। ଅପହରଣ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ। ଏଭଳି ଏକ ଘଟଣାକୁ ନେଇ ବାଲେଶ୍ୱର ରେମୁଣାରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୁରୁବାର ରାତିରେ ଏକ ତିନି ମହଲା

dead in remuna

କନକ ବ୍ୟୁରୋ: ପରିତ୍ୟକ୍ତ କୋଠାରୁ ମିଳିଲା ନାବାଳିକାଙ୍କ ମୃତଦେହ। ଅପହରଣ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ। ଏଭଳି ଏକ ଘଟଣାକୁ ନେଇ ବାଲେଶ୍ୱର ରେମୁଣାରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୁରୁବାର ରାତିରେ ଏକ ତିନି ମହଲା ପରିତ୍ୟକ୍ତ କୋଠାରୁ ନାବାଳିକାଙ୍କ ମୃତଦେହ ମିଳିଛି। ପ୍ରଥମେ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ବାଲେଶ୍ୱର ଏସପିଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତ ରହି ତଦନ୍ତ କରୁଛି।

ତେବେ କୋଠା ଭିତରକୁ ନାବାଳିକାଙ୍କ ବାପା, ମାଆ ଓ ସମ୍ପର୍କୀୟକୁ ନେଇ ମୃତଦେହ ଚିହ୍ନଟ କରାଇଛି ପୋଲିସ। ବର୍ତ୍ତମାନ ଘଟଣା ସ୍ଥଳରେ ଆଇଆଇସି, ଏସଡିପିଓ ଏବଂ ୨ ସେକ୍ସନ ପୋଲିସ ଉପସ୍ଥିତ ଅଛନ୍ତି। ସୂଚନା ଅନୁସାରେ, ଗତ ମଙ୍ଗଳବାର ୧୦ ବର୍ଷୀୟ ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କୁ ପୁରୀ, ତରକାରୀ ଖାଇବାକୁ ଦେବା ବାହାନାରେ ଅପହରଣ କରି ନେଇଥିବା ହୋଇଥିଲା ଅଭିଯୋଗ। ଏନେଇ ପରିବାର ଲୋକେ ରେମୁଣା ଥାନାରେ ଏତଲା ଦେଇଥିଲେ। ତେବେ ଗତକାଲି ରାତିରେ ପରିତ୍ୟକ୍ତ କୋଠାରେ ନାବାଳିକାଙ୍କ ମୃତଦେହ ଠାବ ହୋଇଥିଲା। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe