କନକ ବ୍ୟୁରୋ : କଟକ ମଧୁପାଟଣାରେ ଡଙ୍ଗା ଭସାଇବାକୁ ଯାଇ କେନାଲରେ ବୁଡି ଯାଇଥିବା ନାବାଳକର ଏଯାଏଁ କୌଣସି ପତ୍ତା ମିଳିନାହିଁ । ଯାହାକୁ ନେଇ ନିଖୋଜ ନାବାଳକର ପରିବାର ଲୋକେ ୫ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ରାସ୍ତାର ଦୁଇ ପାର୍ଶ୍ଵରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି । ଗତକାଲି କଟକ ନୂଆବଜାର ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ର ରୁଦ୍ର ପ୍ରକାଶ ପରିଡା କେନାଲରେ ବୁଡିଯାଇଥିଲେ । ଦମକଳ ଟିମ ପହଞ୍ଚି ଖୋଜାଖୋଜି କରିବା ପରେ ବି କିଛି ପତ୍ତା ମିଳିପାରିନାହିଁ ।
ଡଙ୍ଗାଭସା ବେଳେ ନାବାଳକ ନିଖୋଜକୁ ନେଇ କଟକ ମଧୁପାଟଣାରେ ଉତ୍ତେଜନା । ୫ ନମ୍ବର ଜାତୀୟ ରାଜପଥ ଅବରୋଧ
ଯାହାକୁ ନେଇ ନିଖୋଜ ନାବାଳକର ପରିବାର ଲୋକେ ୫ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ରାସ୍ତାର ଦୁଇ ପାର୍ଶ୍ଵରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି । ଗତକାଲି କଟକ ନୂଆବଜାର ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ର ରୁଦ୍ର ପ୍ରକାଶ ପରିଡା କେନାଲରେ ବୁଡିଯାଇଥିଲେ ।