କନକ ବ୍ୟୁରୋ :  ପୁରୀ ବଳାଙ୍ଗାରେ ନାବାଳକ ଛାତ୍ରଙ୍କୁ ଆକ୍ରମଣ । ରାସ୍ତାରେ ମାଡ଼ ମାରିବା ସହ ଆଣ୍ଠେଇଦେଲେ କିଛି ଯୁବକ । ସୋସିଆଲ ମିଡିଆରେ ଭାଇରାଲ ହେଲା ଛାତ୍ରଙ୍କୁ ମାଡ଼ ମାରିବାର ଭିଡିଓ । ଏନେଇ ଥାନାରେ ଅଭିଯୋଗ ପରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ । କିଛି ଦିନ ତଳେ ସମ୍ପୃକ୍ତ ଛାତ୍ରଙ୍କ ସହ ବଚସା ପରେ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି । ଛାତ୍ରଙ୍କୁ ମାଡ଼ ମାରିବା ସହ କାନ ଧରି ଆଣ୍ଠେଇବାକୁ କହୁଛନ୍ତି ଯୁବକ । ଭୁଲ ନ ମାଗିଲେ ମାଡ଼ ପିଲାଙ୍କୁ ଡାକି ମାଡ଼ ମାରିବାକୁ ଧମକ ଦେଉଛନ୍ତି । ତେବେ ଏହି ଭିଡ଼ିଓ ଭାଇରାଲ ହେବା ପରେ ଛାତ୍ର ଜଣଙ୍କ ମାନସିକ ସ୍ଥିତି ଭଲ ନଥିବା ଜଣାପଡ଼ିଛି । ଛାତ୍ର ଜଣକ କଲେଜ ଯାଉ ନଥିବା କହିଛନ୍ତି ତାଙ୍କ ବାପା ମାଆ । ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।