ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ: ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ବନ୍ଧା ହେଲେ ଟ୍ୟୁସନ ସାର

Advertisment

ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା କଳଙ୍କ । ଖୋର୍ଦ୍ଧା ନାଚୁଣୀ ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଟ୍ୟୁସନ ସାର ଲିଙ୍ଗରାଜ ମୁଦୁଲିକୁ ଗିରଫ କରିଛି ପୋଲିସ ।

ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା କଳଙ୍କ । ଖୋର୍ଦ୍ଧା ନାଚୁଣୀ ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଟ୍ୟୁସନ ସାର ଲିଙ୍ଗରାଜ ମୁଦୁଲିକୁ ଗିରଫ କରିଛି ପୋଲିସ ।

dwdq

କନକ ବ୍ୟୁରୋ: ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା କଳଙ୍କ । ଖୋର୍ଦ୍ଧା ନାଚୁଣୀ ଥାନା ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ଟ୍ୟୁସନ ସାର ଲିଙ୍ଗରାଜ ମୁଦୁଲିକୁ ଗିରଫ କରିଛି ପୋଲିସ । ପରୀକ୍ଷାରେ ପାସ୍‌ କରାଇଦେବା ନାଁରେ ଅଞ୍ଚଳର କିଛି ପିଲାଙ୍କୁ ଟ୍ୟୁସନ କରୁଥିଲା ଅଭିଯୁକ୍ତ । କିନ୍ତୁ ଗତ ୫ ତାରିଖରେ ଅନ୍ୟ ପିଲାମାନଙ୍କୁ ଭୟଭୀତ କରି ଟ୍ୟୁସନରୁ ବାହାର କରିବା ସହ ନାବାଳିକା ଛାତ୍ରୀଙ୍କ ସହ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ କାହାରିକୁ ଜଣାଇଲେ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲା ଅଭିଯୁକ୍ତ । ତେବେ ଏନେଇ ଛାତ୍ରୀ ଜଣକ ଘରେ କହିବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ମାମଲାରେ ଅଭିଯୁକ୍ତ ଟ୍ୟୁସନ ସାର ଲିଙ୍ଗରାଜ ମୁଦୁଲିକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe