ସାମାନ୍ୟ ବଚସାରୁ ଜଘନ୍ୟ କାଣ୍ତ : ସାଙ୍ଗକୁ ସ୍କୃ ଡ୍ରାଇଭରରେ ଭୁଷି ସାଙ୍ଗ କଲା ହତ୍ୟା

ରାଉରକେଲାରେ ଅଭାବନୀୟ ଘଟଣା ।  ସ୍କୃ ଡ୍ରାଇଭରରେ ଭୁଷି ସାଙ୍ଗଙ୍କୁ ହତ୍ୟା ।    ଉଦିତ ନଗର ଥାନା ମାଲଗୋଦାମ ଅଂଚଳରେ ଏହି ଘଟଣା ଘଟିଛି  ।  

027

Photograph: (kanaknews)

କନକବ୍ୟୁରୋ : ରାଉରକେଲାରେ ଅଭାବନୀୟ ଘଟଣା ।  ସ୍କୃ ଡ୍ରାଇଭରରେ ଭୁଷି ସାଙ୍ଗଙ୍କୁ ହତ୍ୟା ।    ଉଦିତ ନଗର ଥାନା ମାଲଗୋଦାମ ଅଂଚଳରେ ଏହି ଘଟଣା ଘଟିଛି  ।  ମୃତକ ଜଣକ ୫୦ ବର୍ଷୀୟ ଭୋଳା ସିଂ ବୋଲି ଜଣାପଡିଛି  ।  ଗତ କାଲି କୌଣସି କଥାକୁ ନେଇ ଭୋଳାଙ୍କ ସହ ସାଙ୍ଗ ମୁକେଶ ଖଡିଆଙ୍କ ବଚସା ହୋଇଥିଲା । ନିଶା ଶକ୍ତ ଅବସ୍ଥାରେ ମୁକେଶ, ସ୍କୃ ଡ୍ରାଇଭରରେ ଭୋଳାଙ୍କ ଛାତିକୁ ଭୁଷି ଦେଇଥିଲେ । ଚିକତ୍ସାଧୀନ ଅବସ୍ଥାରେ ଭୋଳାଙ୍କ ହସ୍ପିଟାଲରେ ମୃତ୍ୟୁ  ହୋଇଛି । ଘଟଣାରେ ସାଙ୍ଗ ମୁକେଶ ଖଡିଆକୁ ଅଟକ ରଖିଛି ପୁଲିସ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe