କନକବ୍ୟୁରୋ : ରାଉରକେଲାରେ ଅଭାବନୀୟ ଘଟଣା । ସ୍କୃ ଡ୍ରାଇଭରରେ ଭୁଷି ସାଙ୍ଗଙ୍କୁ ହତ୍ୟା । ଉଦିତ ନଗର ଥାନା ମାଲଗୋଦାମ ଅଂଚଳରେ ଏହି ଘଟଣା ଘଟିଛି । ମୃତକ ଜଣକ ୫୦ ବର୍ଷୀୟ ଭୋଳା ସିଂ ବୋଲି ଜଣାପଡିଛି । ଗତ କାଲି କୌଣସି କଥାକୁ ନେଇ ଭୋଳାଙ୍କ ସହ ସାଙ୍ଗ ମୁକେଶ ଖଡିଆଙ୍କ ବଚସା ହୋଇଥିଲା । ନିଶା ଶକ୍ତ ଅବସ୍ଥାରେ ମୁକେଶ, ସ୍କୃ ଡ୍ରାଇଭରରେ ଭୋଳାଙ୍କ ଛାତିକୁ ଭୁଷି ଦେଇଥିଲେ । ଚିକତ୍ସାଧୀନ ଅବସ୍ଥାରେ ଭୋଳାଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଘଟଣାରେ ସାଙ୍ଗ ମୁକେଶ ଖଡିଆକୁ ଅଟକ ରଖିଛି ପୁଲିସ ।
ସାମାନ୍ୟ ବଚସାରୁ ଜଘନ୍ୟ କାଣ୍ତ : ସାଙ୍ଗକୁ ସ୍କୃ ଡ୍ରାଇଭରରେ ଭୁଷି ସାଙ୍ଗ କଲା ହତ୍ୟା
ରାଉରକେଲାରେ ଅଭାବନୀୟ ଘଟଣା । ସ୍କୃ ଡ୍ରାଇଭରରେ ଭୁଷି ସାଙ୍ଗଙ୍କୁ ହତ୍ୟା । ଉଦିତ ନଗର ଥାନା ମାଲଗୋଦାମ ଅଂଚଳରେ ଏହି ଘଟଣା ଘଟିଛି ।
/kanak/media/media_files/2025/04/13/JddcVZx4Ez7UGoCzjjbY.jpg)