କନକ ବ୍ୟୁରୋ: ଧିରେ ଧିରେ ଦୁର୍ବଳ ହେଉଥିବା ମାଓ ସଙ୍ଗଠନକୁ ମଜଭୁତ କରିବା ଲାଗି କୁନିକୁନି ପିଲାଙ୍କୁ ଅସ୍ତ୍ର କରିଛି ଲାଲ ସଙ୍ଗଠନ । ମାଲକାନଗିରି ପୁଲିସ ନିକଟରେ ଛତିଶଗଡର ଜଣେ ୧୬ବର୍ଷିୟ ନାବାଳକ ଆତ୍ମସର୍ପଣ କରିବା ପରେ ମାଓ ସଙ୍ଗଠନର ଗୁମର ଫିଟୁଛି । ନାବାଳକଙ୍କୁ କୁଖ୍ୟାତ ମାଓ ନେତା  ହିଡମାଙ୍କ ବାଟାଲିୟନରେ ସାମିଲ କରା ଯାଉଛି । ଓଡିଶାର ଅନେକ ମାଓନେତା ଏବେ ଛତିଶଗଡ ମୁହାଁ ହୋଇଥିବା ଜଣାପଡିଛି । ତେବେ ସଙ୍ଗଠନରେ ଛୋଟଛୋଟ ପିଲାଙ୍କୁ ସାମିଲ କରାଇବା ଘଟଣାକୁ ନିନ୍ଦା କରିଛନ୍ତି ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି । 

Advertisment
  • କୁନିକାନ୍ଧରେ ମାଓ ବନ୍ଧୁକ
  • ସକ୍ରିୟ ମାଓବାଦୀଙ୍କ ବାଲ ସଙ୍ଗଠନ
  • ନାବାଳକଙ୍କ ଆତ୍ମସମର୍ପଣ ପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ମାଲକାନଗିରି ପୁଲିସ ନିକଟରେ ଆତ୍ମସର୍ପଣ କରିଛନ୍ତି ଜଣେ ୧୬ ବର୍ଷୀୟ ନାବାଳକ ମାଓବାଦୀ ମୁକେଶ କୋର୍ସା ଓରଫ ସୁର୍ୟମ । ମୁକେଶଙ୍କ ଘର ଛତିଶଗଡ ସୁକୁମା ଜିଲ୍ଲାର ସିଲଗେର ଗାଁରେ ।  ବର୍ଷେ ହେଲା ଓଡ଼ିଶା ଛତିଶଗଡ଼ ଦଣ୍ଡକାରଣ୍ୟ ସ୍ପେଶାଲ ଯୋନାଲ କମିଟିରେ ସକ୍ରିୟ ରହିଥିଲେ। ମାଓନେତା ହିଡମାର ୩ ନଂ ବାଟାଲିୟନରେ ସକ୍ରିୟ ଥିଲେ । ୧୫ରୁ ଅଧିକ ଯବାନଙ୍କ ହତ୍ୟାକାଣ୍ଡ ସହ ଅନେକ ବିସ୍ଫୋରଣରେ ସମ୍ପୃକ୍ତି ରହିଛି । ମୁକେଶଙ୍କ ନାଁରେ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି । ତେବେ ମାଓ ସଙ୍ଗଠନର ହତ୍ୟା ଓ ଆତଙ୍କରାଜରେ ଅତିଷ୍ଟ ହୋଇ ସଂଗଠନ ଛାଡ଼ିଛନ୍ତି । ଏବଂ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ଶିଶୁ ଅଧିକାର କ୍ଷୁର୍ଣ୍ଣ କରି ସଙ୍ଗଠନରେ ନାବାଳକ ନାବାଳିକାଙ୍କୁ ସାମିଲ କରି ବନ୍ଧୁକ ଧରାଇବା ଘଟଣାକୁ ନିନ୍ଦା କରିଛନ୍ତି ଡିଆଇଜି ଚରଣ ସିଂ ମିନା ।

  • ଦୁର୍ବଳ ହେଉଛି ମାଓ ସଙ୍ଗଠନ
  • ଛତିଶଗଡ଼ ମୁହାଁ ଓଡ଼ିଶା ମାଓବାଦୀ
  • ଦୁର୍ବଳ ସଙ୍ଗଠନ ସଜାଡ଼ିବା ପାଇଁ ନାବାଳକ ଭରସା

ଓଡିଶାରେ ପୁଲିସ ଓ ଯବାନଙ୍କ କାର୍ଜ୍ୟାନୁଷ୍ଠାନ ଯୋଗୁ ଛତିଶଗଡ ମୁହାଁ ହୋଇଛନ୍ତି କ୍ୟାଡର ମାଓବାଦୀ। ଆନ୍ଧ୍ର-ଓଡ଼ିଶା ସୀମାରେ ଅପରେଟ କରୁଥିବା ଉଦୟ ଓ ତାଙ୍କ ଟିମ ଏବେ ବସ୍ତରରେ ସକ୍ରିୟ ଥିବା ଜଣାପଡିଛି । ଛତିଶଗଡରେ ଯବାନଙ୍କ ଘନଘନ ଏନକାଉଣ୍ଟର ଯୋଗୁ ସଂଗଠନ ଦୁର୍ବଳ ହେଉଛି । ତେଣୁ ଦୁର୍ଗମ ଅଂଚଳରେ ପ୍ରତି ଘରୁ ଜଣେ ଜଣେ ନାବାଳକ କି ନାବାଳିକାଙ୍କୁ ଲାଲ ସଙ୍ଗଠନରେ ସାମିଲ ହେବାକୁ ବାଧ୍ୟ କରାଯାଉଥିବା ଜଣାପଡିଛି । ସେପଟେ ଓଡିଶାରେ ମାଓ ସମସ୍ୟା ହ୍ରାସ ପାଉଥିବାରୁ ବିଏସଏଫ ଯବାନଙ୍କ ସଂଖ୍ୟା କମାଇ ଦିଆଯାଇଛି। ତେବେ ସମ୍ବେଦନଶିଳ ଅଞ୍ଚଳରେ ଯବାନଙ୍କ ଉପସ୍ଥିତି ଜାରି ରହିବ ବୋଲି ଜଣାପଡିଛି ।