କନକ ବ୍ୟୁରୋ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଥାନାରେ ଏତଲା ପରେ ୪ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଏହି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିଛନ୍ତି କୋରାପୁଟ ଏସପି। ଏସପିଙ୍କ ନିର୍ଦ୍ଦେଶରେ ଚାଲିଛି ତଦନ୍ତ। ଲକ୍ଷ୍ମୀପୁର ବ୍ଳକ ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡା ଗାଁରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ବିରିଗୁଡା ଗାଁରେ ଚାଲିଥିବା ବୁଢୀ ଠାକୁରାଣୀ ଯାତ୍ରା ଅବସରରେ ଗାଁରେ ନାଟକ ମଞ୍ଚସ୍ଥ ହେଉଥିଲା। ନାଟକ ଦେଖିବା ପାଇଁ ଆଖପାଖ ଗାଁର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ବିଳମ୍ବିତ ରାତିରେ ନାଟକ ଚାଲିଥିବା ବେଳେ ଜଣେ ନାବାଳିକା ତାର ସାଙ୍ଗ ସହ ଅଳ୍ପ କିଛି ଦୂରରେ ଯାଇ କଥା ହେଉଥିଲା। ଏହି ସମୟରେ ୪ ଜଣ ଯୁବକ ଆଦିବାସୀ ନାବାଳିକାକୁ ପାହାଡ଼ ଉପରକୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରାଯାଇଛି। କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି, ଲକ୍ଷ୍ମୀପୁର ଥାନା ଆଇଆଇସି ଓ କାକିରିଗୁମା ଥାନା ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି। ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।
କୋରାପୁଟ ଲକ୍ଷ୍ମୀପୁରରେ ଲଜ୍ଜା । ନାଟକ ଦେଖିବା ବେଳେ ପାହାଡ ଉପରକୁ ଟେକିନେଇ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ୪ ଅଟକ
ଲକ୍ଷ୍ମୀପୁର ବ୍ଳକ ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡା ଗାଁରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ବିରିଗୁଡା ଗାଁରେ ଚାଲିଥିବା ବୁଢୀ ଠାକୁରାଣୀ ଯାତ୍ରା ଅବସରରେ ଗାଁରେ ନାଟକ ମଞ୍ଚସ୍ଥ ହେଉଥିଲା। ନାଟକ ଦେଖିବା ପାଇଁ ଆଖପାଖ ଗାଁର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ବିଳମ୍ବିତ ରାତିରେ ନାଟକ ଚାଲିଥିବା ବେଳେ ଜଣେ ନାବାଳିକା ତାର ସାଙ୍ଗ ସହ ଅଳ୍ପ କିଛି ଦୂରରେ ଯାଇ କଥା ହେଉଥିଲା।
/kanak/media/media_files/2025/02/11/FJuv4GBU2tpDxnZIc3IL.jpg)