କନକ ବ୍ୟୁରୋ : ମାତିଛି ମହାବଳ ବାଘ , ମହାବଳ ବାଘକୁ କାବୁ କରିବାକୁ ବନବିଭାଗ ମଇଁଷିକୁ ଥୋପ କରିଛି । ଯନ୍ତା ମଧ୍ୟ ପ୍ରସ୍ତୁତ ହୋଇ ରଖାଯାଇଛି । ହେଲେ ବନର୍କମଚାରୀଙ୍କ ଆଖିରେ ଧୁଳି ଦେଇ ମହାବଳ ଗୋଟିଏ ଜଙ୍ଗଲରୁ ଅନ୍ୟ ଜଙ୍ଗଲକୁ ଡ଼ିଆଁ ମାରୁଛି । ଗଞ୍ଜାମ ଭଞ୍ଜନଗର ମୁଜାଗଡ଼ ରେଜଂରେ କିଛି ଦିନ ଧରି ଆତଙ୍କ ଖେଳାଇଛି ମହାବଳ । ବାଘକୁ ଧରିବା ପାଇଁ ରୁ ୫ ଟି ସ୍ୱତନ୍ତ୍ର ଟିମ୍ ଗଠିତ ହୋଇଛି । ପଶୁ ଚିକିତ୍ସକଙ୍କ ମଧ୍ୟ ସ୍ୱତନ୍ତ୍ର ଟିମ୍ ଜଙ୍ଗଲରେ ଜଗିରହିଛି । ସିମିଳିପାଳରୁ ଟ୍ରାଙ୍କୁଲାଇଜର ଟିମ୍ ସହ ବାଘଧରାଳି ଦଳ ଆଶି ଘୁମୁସର ଜଙ୍ଗଲରେ ଦିର୍ଘଦୀନ ହେବ ଡ଼େରା ପକାଇଛନ୍ତି । ହେଲେ ବାଘକୁ ଧରିବାରେ ଏଯାଏଁ ବନବିଭାଗ ସଫଳ ହୋଇପାରିନି । ବାଘ ଧରିବାକୁ ଯନ୍ତା ବସାଇବା ସହ ଶିକାର ପାଇଁ ମଇଁଷି ଛଡ଼ାଯାଉଥିଲେ ମଧ୍ୟ ବାଘ ଧରାଦେଉନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ବଢିଥିବା ବେଳେ ବନ ବିଭାଗର ଚିନ୍ତା ବଢିଛି।