ଗୀତିମୟ ହେଲା ସାହିତ୍ୟ ସଞ୍ଜ: ପଢ଼ିଲେ ସାହିତ୍ୟ, ଗାଇଲେ ଗୀତ

Advertisment

ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ତ୍ରୟୋଦଶ ସନ୍ଧ୍ୟା । ଆଜିର ମଞ୍ଚ ମହାନ ସଙ୍ଗୀତକାର ପ୍ରଫୁଲ୍ଲ କରଙ୍କୁ ସମର୍ପିତ ହୋଇଥିଲା । କାର୍ଯ୍ଯକ୍ରମକୁ ଉଦଘାଟନ କରି ଆଶୀର୍ବଚନ ଦେଇଥିଲେ ବିଶିଷ୍ଟ ସଂଳାପକାର ତଥା ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ। ନିଜ ଆଶୀର୍ବଚନରେ ଶ୍ରୀ କାନୁନ୍‌ଗୋ କହିଥିଲେ, କୃଷ୍ଣ-ଶୁକ୍ଳ ପକ୍ଷ ପରେ ‘ସମ୍ବାଦ’ ସାହିତ୍ୟ ପକ୍ଷ କରିଛି ।

ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ତ୍ରୟୋଦଶ ସନ୍ଧ୍ୟା । ଆଜିର ମଞ୍ଚ ମହାନ ସଙ୍ଗୀତକାର ପ୍ରଫୁଲ୍ଲ କରଙ୍କୁ ସମର୍ପିତ ହୋଇଥିଲା । କାର୍ଯ୍ଯକ୍ରମକୁ ଉଦଘାଟନ କରି ଆଶୀର୍ବଚନ ଦେଇଥିଲେ ବିଶିଷ୍ଟ ସଂଳାପକାର ତଥା ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ। ନିଜ ଆଶୀର୍ବଚନରେ ଶ୍ରୀ କାନୁନ୍‌ଗୋ କହିଥିଲେ, କୃଷ୍ଣ-ଶୁକ୍ଳ ପକ୍ଷ ପରେ ‘ସମ୍ବାଦ’ ସାହିତ୍ୟ ପକ୍ଷ କରିଛି ।

Sambad Sahitya Paksha

କନକ ବ୍ୟୁରୋ: ‘ମୟୂରୀ ଗୋ ତୁମ ଆକାଶେ ମୁଁ ଦିନେ…’ ସାହିତ୍ୟ ମଞ୍ଚରେ ଶବ୍ଦ-ସୁରର ଅପୂର୍ବ ମିଳନ । ଝୁମାଝୁମା ପରିବେଶ, ସଙ୍ଗୀତମୟ ସଞ୍ଜର ପବନ । 'ଗୀତି ଓ ସିନେ ସାହିତ୍ୟ' ପ୍ରସଙ୍ଗରେ ଗୀତିମୟ ହୋଇଥିଲା ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ବିତୀୟ ସଂସ୍କରଣର ତ୍ରୟୋଦଶ ସନ୍ଧ୍ୟା । ଆଜିର ମଞ୍ଚ ମହାନ ସଙ୍ଗୀତକାର ପ୍ରଫୁଲ୍ଲ କରଙ୍କୁ ସମର୍ପିତ ହୋଇଥିଲା । କାର୍ଯ୍ଯକ୍ରମକୁ ଉଦଘାଟନ କରି ଆଶୀର୍ବଚନ ଦେଇଥିଲେ ବିଶିଷ୍ଟ ସଂଳାପକାର ତଥା ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ। ନିଜ ଆଶୀର୍ବଚନରେ ଶ୍ରୀ କାନୁନ୍‌ଗୋ କହିଥିଲେ, କୃଷ୍ଣ-ଶୁକ୍ଳ ପକ୍ଷ ପରେ ‘ସମ୍ବାଦ’ ସାହିତ୍ୟ ପକ୍ଷ କରିଛି । ସାହିତ୍ୟିକମାନେ ‘ସମ୍ବାଦ ସାହିତ୍ୟ ପକ୍ଷ’କୁ ଆଶୀର୍ବାଦ କରନ୍ତୁ । ଗୀତ-ସାହିତ୍ୟର ସମ୍ପର୍କ ନିବିଡ଼ । 

ଏହା ବି ପଢ଼ନ୍ତୁ: ‘ସମ୍ବାଦ ସାହିତ୍ୟ ପକ୍ଷ’ ଦ୍ୱାଦଶ ସନ୍ଧ୍ୟା; ନାରୀ ସଶକ୍ତ ହେବାକୁ ମାନସିକ ବଳ ଲୋଡ଼ା

ଆଳାପ ଅଧିବେଶନରେ 'ଗୀତରେ ସାହିତ୍ୟ କେତେ, ଗଣିତ କେତେ?' ପ୍ରସଙ୍ଗରେ ବିଶିଷ୍ଟ ଗୀତିକାର ଅଲେଖ ବିଶ୍ୱାଳ ଓ ସଚ୍ଚି ମହାନ୍ତି ଆଳାପ କରିଥିଲେ । ଗଣିତରୁ ସୃଷ୍ଟିର ଆରମ୍ଭ । ଗଣିତ ନଥିଲେ ସାହିତ୍ୟ ସଂସାରର କିଛି ନଥାଏ । ସେମିତି ବିନା ସାହିତ୍ୟରେ ଗୀତ ନାହିଁ, ସାହିତ୍ୟ ସହ ଗୀତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଯାହା ପଢ଼ିଲେ ସାହିତ୍ୟ, ଗାଇଲେ ଗୀତ, ତାହା ହିଁ ସଙ୍ଗୀତ । ତେବେ ବର୍ତ୍ତମାନ ସଙ୍ଗୀତରେ ଆଉ ସାହିତ୍ୟ ନାହିଁ ବୋଲି ଏଥିରେ ମତ ପ୍ରକାଶ ପାଇଥିଲା । 

ଆଜିର ମଞ୍ଚରେ 'ଗୀତଟିଏ ଜନ୍ମ ହୁଏ ନା କବିତାଟିଏ ମରେ?' ପ୍ରସଙ୍ଗରେ ଗୀତିକାର ଦେବୀଦତ୍ତ ମହାନ୍ତି, ବସନ୍ତରାଜ ସାମଲ ଓ ଯତୀନ୍ଦ୍ର ପ୍ରଧାନ ଆଲୋଚନା କରିଥିଲେ । ଆଲୋଚନାକୁ ସଂଯୋଜନା କରିଥିଲେ ଆର.ଜେ ସମିତ ପଟ୍ଟନାୟକ । କଳ୍ପନାରୁ ଗୀତ ଓ କବିତା ଜନ୍ମନିଏ । ଗୀତ ମରେ ନାହିଁ । ଗୀତର ଗୀତିକାର ମାଆ, ସଂଗୀତ ନିର୍ଦ୍ଦେଶକ ବାପା । ଗୀତିକାର ବି ଭାବନାର ଗର୍ଭଯନ୍ତ୍ରଣା ସହେ । କବିତା ଶଅଁବାଳୁଆ ନୁହେଁ ଯେ ତାର ମୃତ୍ୟୁରେ ଗୀତ ପ୍ରଜାପତି ହୋଇ ଜନ୍ମ ନେବ ବୋଲି ଏଥିରେ ମତପ୍ରକାଶ ପାଇଥିଲା । କବି ବିପିନ୍ ମହାନ୍ତି, କବି ଶର୍ମିଷ୍ଠା ସାହୁ ଓ ଗାଳ୍ପିକା ପଦ୍ମାଳୟା ସାମଲଙ୍କ ଆବୃତ୍ତିରେ ଆହୁରି ମତୁଆଲା ହୋଇଥିଲା ଗୀତି ସାହିତ୍ୟର ସନ୍ଧ୍ୟା ।

ମଞ୍ଚରେ ଆଜି ସ୍ବନାମଧନ୍ୟ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ରଙ୍କ ମନଛୁଆଁ ଗୀତରେ ଝୁମିଥିଲେ ଦର୍ଶକ । ‘ଏକାମ୍ର ଶିଶୁ ସାହିତ୍ୟ ସଂସଦ’, ’ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ କଳା ସଂସ୍କୃତି ବିକାଶ ଟ୍ରଷ୍ଟ’ ଓ ‘ସାଧନା ପରିବାର’ ସମେତ ଅନ୍ୟ ଗୀତିକାର ଓ କଣ୍ଠଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ‘ସମ୍ବାଦ’ ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ । ମଞ୍ଚ ପରିଚାଳନା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଆର୍.ଜେ ଅନିଲ । ଧନ୍ୟବାଦ ଅର୍ପଣ କରିଥିଲେ ଆର.ଜେ କେ.କେ । ଆଜି ଅତିଥି ଓ ଦର୍ଶକଙ୍କୁ ଓଡ଼ିଆ ଖାଦ୍ୟ ଛଣାମଣ୍ଡା-ଡାଲମା ପରଷା ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe