କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ଟି ଜିଲ୍ଲାକୁ ଆଲର୍ଟ ଜାରି କରିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ପରିବା ଦର ବଢିବାରେ ଲାଗିଛି । ଏନେଇ ଆଜି ଲୋକସଭା ଭବନରେ ବସିବ ଯୋଗାଣ ବିଭାଗର ବୈଠକ । ବାତ୍ୟାବେଳେ କଳାବଜାରୀ ରୋକିବା ପାଇଁ ସରକାର ନେଇ ପାରନ୍ତି କଠୋର ନିଷ୍ପତ୍ତି , ସେପଟେ ବଢିଲାଣି ପରିବା ଦର । ସମ୍ଭାବ୍ୟ ବାତ୍ୟା ଦାନା ର ପ୍ରଭାବ ଏବେ ଠାରୁ ପରିବା ବଜାର ଉପରେ ପଡ଼ିଛି ।

Advertisment

ଗତକାଲିର ଦର ଠାରୁ ଆଜିର ଦର କିଲୋ ପିଛା ସମସ୍ତ ପରିବା ଉପରେ ବୃଦ୍ଧି ପାଇଛି । ବାଲେଶ୍ବରରେ ବାଇଗଣ - ୬୦, ପୋଟଳ - ୮୦, କଲରା - ୮୦,ଭେଣ୍ଡି - ୬୦, ଜହ୍ନି - ୫୦,ବିଲାତି - ୮୦, ଅମୃତ ଭଣ୍ଡା - ୨୫, କଖାରୁ – ୨୦ । ବ୍ରହ୍ମପୁରରେ ଟମାଟୋ ୭୦ ରୁ ୮୦, ବାଇଗଣ ୭୦, ଫୁଲକୋବି ୧୦୦, ବିଂଶ ୧୨୦ ଟଙ୍କା ଥିବା ବେଳେ ଆଳୁ ୪୦ ଓ ପିଆଜ ଦର ଆଜି ୬୦ ରହିଛି । କଟକ ଛତ୍ର ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।  ପୋଟଳ- ୮୦, ଭେଣ୍ଡି- ୬୦, ବାଇଗଣ-୫୦, କାକୁଡି- ୬୦, ଜହ୍ନି-୮୦, ଟମାଟୋ-୮୦, ଆଳୁ-୫୦, ପିଆଜ- ୭୦ । ତେବେ ଏହି ପରିବା ଚଢା ଦରକୁ ନେଇ ଖାଉଟି ମାନଙ୍କର ଚିନ୍ତା ବଢିଛି । ଯୋଗାଣ ବିଭାଗର ବୈଠକ ପରେ ଏହା ଉପରେ ରୋକ ଲଗାଯାଇପାରେ ।