କନକ ବ୍ୟୁରୋ: ମାଟ୍ରିକ୍ର ଆଜି ଶେଷ ପରୀକ୍ଷା ଥିଲା । ପିଲାଙ୍କ ମନରେ ବେଶ୍ ଉତ୍ସାହ । ଜୀବନର ସବୁଠୁ ବଡ଼ ପରୀକ୍ଷା ସରିବ । ଆଉ ଦୀର୍ଘ ଦିନର ପାଠ ପଢା ଭିତରୁ ଟିକିଏ ରିଲାକ୍ସ ହେବେ ଛାତ୍ରଛାତ୍ରୀ । ସେହି ଖୁସିରେ ଆଜି ମାଟ୍ରିକ୍ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଇଛନ୍ତି । ସଂସ୍କୃତ ଓ ହିନ୍ଦି ପରୀକ୍ଷା ଦେବେ । ଆଉ ପରୀକ୍ଷା ସରିଲେ କ’ଣ କରିବେ, ସେନେଇ ମନ ଭିତରେ ଅନେକ ପ୍ଲାନ୍ ବି କରିଛନ୍ତି । ହେଲେ ଏହି ଖୁସି ଜଣେ ଛାତ୍ରଙ୍କ ଭାଗ୍ୟରେ ଜୁଟିନାହିଁ । ଖୁସିରେ ପରୀକ୍ଷା ଦେବାକୁ ବାହାରିଥିଲେ ସତ ହେଲେ ପରୀକ୍ଷା ହଲ୍ରେ ପହଞ୍ଚି ପାରିଲେନି । ଅଧା ରାସ୍ତାରେ ଚାଲିଗଲା ଜୀବନ । ଜୀବନର ସବୁଠୁ ବଡ଼ ପରୀକ୍ଷା ଶେଷ ହେବା ପୂର୍ବରୁ ଲିଭିଗଲା ଜୀବନ ଦୀପ । ଘଟଣା ଘଟିଛି ମାଲକାନଗିରିରେ । ପଦ୍ମଗିରି ଉଚ୍ଚ ବିଦ୍ୟାଳୟର ଛାତ୍ର ବିକ୍ରମ ସର୍ଦ୍ଦାର ପରୀକ୍ଷା ଦେବାକୁ ଘରୁ ବାଇକ୍ ନେଇ ବାହାରିଥିଲେ । ଏମ୍ଭି ୧୦୧ ଗାଁରୁ ବାଇକ୍ରେ ପାଣ୍ଡ୍ରିପାଣି ପରୀକ୍ଷା କେନ୍ଦ୍ରକୁ ଯାଉଥିଲେ । ରାସ୍ତାରେ ଯିବା ବେଳେ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା ପିକ୍ଅପ୍ ଭ୍ୟାନ୍ । ଘଟଣାସ୍ଥଳରେ ଛାତ୍ର ବିକ୍ରମ୍ ସର୍ଦ୍ଦାରଙ୍କ ମୃତ୍ୟୁ ହୋଇଛି ।
ଦୁର୍ଘଟଣାରେ ଚାଲିଗଲା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଜୀବନ; ସ୍କୁଟିକୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍
ସଡ଼କ ଦୁର୍ଘଟଣାରେ ଚାଲିଗଲା ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଜୀବନ । ମାଲକାନଗିରି ପଦ୍ମଗିରି ଉଚ୍ଚ ବିଦ୍ୟାଳୟ ଛାତ୍ର ବିକ୍ରମ ସର୍ଦ୍ଦାର ମୃତ । ଏମଭି ୧୦୧ ଗାଁରୁ ବାଇକ୍ରେ ପରୀକ୍ଷା କେନ୍ଦ୍ରକୁ ଯାଉଥିବାବେଳେ ପିକ୍ଅପ୍ ଭ୍ୟାନ୍ ସହ ହୋଇଥିଲା ଧକ୍କା ।
/kanak/media/media_files/2025/03/06/bzscxLVcEqC5lQfJZlFA.jpg)