କନକ ବ୍ୟୁରୋ : ଜୟପୁର ରାଜନୀତିରେ ୟୁରିଆ ସାର । ଧାନ ବିଲରେ ସାର ପକାଇବା ପାଇଁ ସକାଳୁ ସଞ୍ଜ ଯାଏଁ ସମବାୟ ସମିତି ଆଗରେ ଲମ୍ବା ଧାଡ଼ିରେ ଅପେକ୍ଷା କରି ରହୁଛନ୍ତି ଚାଷୀ । ଗୋଟିଏପଟେ ଲଗାଣ ବର୍ଷା ଅନ୍ୟପଟେ ସାର ପାଇଁ ଆନ୍ଦୋଳନ , ଏସବୁ ସଂଗ୍ରାମ ସାର ପାଇଁ । କାରଣ ଠିକଣା ସମୟରେ ଚାଷୀଙ୍କୁ ମିଳୁନି ସାର । ୟୁରିଆ ସାର ପାଇଁ ହନ୍ତସନ୍ତ ହେଉଛନ୍ତି ଜୟପୁରର ଚାଷୀ । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ସାର ମିଳୁନାହିଁ । ସେପଟେ ୟୁରିଆ ସଙ୍କଟକୁ ତେଜିଲାଣି ରାଜନୀତି । ବିଜେଡି ନେତା ଚାଷୀକୁ ନେଇ ଆନ୍ଦୋଳନର ଡାକରା ଦେଇ କୃଷି ବିଭାଗ ଅଫସକୁ ଘେରାଉ କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀ କରି ଚାଷୀଙ୍କ ସହ ଥିବା ଆଶ୍ୱାସନା ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଏ ସବୁ ଭିତରେ ବିଭାଗୀୟ ଅଧିକାରୀ କହିଛନ୍ତି ୪ଦିନ ଭିତରେ ୟୁରିଆ ସାର ଆସିବ । ପୂର୍ବରୁ ଯାହା ଆସିଥିଲା ତାହା ମକା ଚାଷ ପାଇଁ ଦିଆଯାଇଛି । ଚାଷୀ ଆଗୁଆ ସାର ନେଇ ଘରେ ରଖିବା କଥା । ସେପଟେ ଚାଷୀ କହୁଛନ୍ତି ମିଛ କହି ଚାଷୀଙ୍କୁ ଭୁଆଁ ବୁଲାଉଛନ୍ତି ବିଭାଗୀୟ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/28/27-2025-08-28-18-36-07.jpg)