କନକବ୍ୟୁରୋ : କେନ୍ଦ୍ରାପଡା ମହାକାଳପଡା ବ୍ଲକ ବିଜୟନଗର ଗାଁରେ ଭୟଙ୍କର ଅଗ୍ନିକାଣ୍ଡ। ବିଳମ୍ବିତ ରାତିରେ ନିଆଁ ଲାଗି ଦୁଇ ପରିବାରର ୫ ବଖରା ନଡାଛପର ଘର ପୋଡି ପାଉଁଶ ହୋଇ ଯାଇଛି । ତେବେ କେମିତି ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ମହାକାଳପଡାରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଛି। ବଟକୃଷ୍ଣ ବାରିକଙ୍କର ୨ ବଖରା ଘର ଓ କୈଳାସ ବାରିକ ଙ୍କ ୩ ବଖରା ନଡାଛପର ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି ।
ବିଜୟନଗର ବଜାରରେ କୈଳାସ ଙ୍କର ଏକ ଟେସନାରୀ ଦୋକାନ ଥିବାରୁ କୈଳାସଙ୍କ ଘରେ ଲକ୍ଷାଧିକ ଟଙ୍କାର ଟେସନାରୀ ସାମଗ୍ରୀ ରହିଥିଲା। ଯାହା ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇ ଯାଇଛି। ବର୍ଷକ ପାଇଁ ଘରେ ରହିଥିବା ଖାଦ୍ୟ ସାମଗ୍ରୀ ମଧ୍ୟ ପୋଡି ପାଉଁଶ ହୋଇ ଯାଇଛି।
Follow Us