କନକ ବ୍ୟୁରୋ : ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ଗାଁରେ ପୁତୁରାକୁ ହାଣି ହତ୍ୟା କଲା ଦାଦା । ମୃତ ପୁତୁରା ହେଲେ ସୁମନ ଦାସ । ନଡ଼ିଆ ଭାଗବଣ୍ଟାକୁ ନେଇ ଉତ୍ୟକ୍ତ ଦାଦା ସଞ୍ଜୟ ଭୋଇ କୋଦାଳରେ ପୁତୁରାକୁ ହାଣି ହତ୍ୟା କରିଛି । ଅଭିଯୁକ୍ତ ସଞ୍ଜୟ ଜଣେ ମାନସିକ ରୋଗୀ ବୋଲି ଜଣା ପଡ଼ିଛି । ସୂଚନା ମୁତାବକ  ଜାହାନପୁର ଗାଁର ସଞ୍ଜୟ ଭୋଇଙ୍କ ବାଡ଼ିରୁ ନଡ଼ିଆ ତୋଳା ହୋଇଥିଲା । ଏହା ସଞ୍ଜୟ ଏବଂ ତାଙ୍କ ବଡ଼ଭାଇଙ୍କ ମଧ୍ୟରେ ବଣ୍ଟାଯିବା ପରେ ଅଭିଯୁକ୍ତ ସଞ୍ଜୟ ଅଧିକ ନଡ଼ିଆ ଦାବି କରିଥିଲେ । ତେବେ ଏହାକୁ ସଞ୍ଜୟ ଭାଇଙ୍କ ପୁଅ ପୁତୁରା ସୁମନ ପ୍ରତିବାଦ କରିଥିଲେ ।

Advertisment

ପରେ ସୁମନ ଆସି ଦାନ୍ତ ଘଷୁଥିବା ସମୟରେ ଅଭିଯୁକ୍ତ ଦାଦା ସଞ୍ଜୟ ପୁତୁରା ସୁମନର ପଛପଟୁ ଏକ କୋଦାଳରେ ଆକ୍ରମଣ କରିଥିଲା । ତେବେ ଘଟଣା ସ୍ଥଳରେ ସୁମନର ମୃତ୍ୟୁ ଘଟିଥିବା ବେଳେ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରି ପୁଲିସର ଜିମା ଦେଇଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।