କନକ ବ୍ୟୁରୋ : ବିଦ୍ୟୁତ ବିଭାଗର ବେପରୁଆ ନୀତି ଯୋଗୁ ଚାଲିଗଲା ନିରୀହ ଜୀବନ । ବିଦ୍ୟୁତ ଖୁଣ୍ଟରେ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । କବିସୂର୍ଯ୍ୟନଗର ଥାନା ଖୋଜାପଲ୍ଲୀରେ ଘଟିଛି ଘଟଣା । ମୃତ ବ୍ୟକ୍ତି ହେଉଛନ୍ତି ଖୋଜାପଲ୍ଲୀ ଗ୍ରାମର ୫୦ ବର୍ଷୀୟ ମଙ୍ଗଳୁ ବେହେରା । ମଙ୍ଗଳୁଙ୍କ ଘର ଆଗରେ ଏକ ଲୁହା ବିଦ୍ୟୁତ ଖୁଣ୍ଟ ରହିଥିବା ବେଳେ ବର୍ଷା ଯୋଗୁଁ ଖୁଣ୍ଟରେ ବିଦ୍ୟୁତ ପ୍ରବାହିତ ହୋଇଥିଲା । ତେବେ ମଙ୍ଗଳୁ ବିଦ୍ୟୁତ ଖୁଣ୍ଟଙ୍କୁ ଛୁଇଁବା ପରେ ସେ ତଳେ ପଡ଼ି ଯାଇଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ ହୋଇଥିଲା ।

Advertisment

ମଙ୍ଗଳୁଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା ।  ଗ୍ରାମବାସୀ ଆସିକା ଭୁବନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି  । ଖବର ପାଇ ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି ବିଦ୍ୟୁତ ବିଭାଗ କର୍ମଚାରୀ ।