କନକ ବ୍ୟୁରୋ : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷାକୁ ନେଇ ବଡ଼ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ ହେବାକୁ ଥିବା ପରୀକ୍ଷାରେ ସମସ୍ତ ପ୍ରଶ୍ନପତ୍ର ଉପରେ ୱାଟରମାର୍କ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ଠାରୁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏଭଳି କରିବା ଦ୍ୱାରା ପ୍ରଶ୍ନପତ୍ର ଲିକ୍ ରୋକାଯାଇପାରିବ ବୋଲି କୁହାଯାଇଛି । କାରଣ ମୋବାଇଲ କ୍ୟାମେରା କିମ୍ବା ସ୍କାନରରେ ଫଟୋ ଉଠିଲେ ତାହା ଧରାପଡିବ । ଏହାସହ ସେହି ପ୍ରଶ୍ନପତ୍ର କେଉଁ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିଲା ତାହା ସହଜରେ ସ୍ପଷ୍ଟ ହୋଇପାରିବ । ଏହାସହ କେଉଁ ସେଣ୍ଟର ଓ କେଉଁ ପରୀକ୍ଷା ହଲରୁ ପ୍ରଶ୍ନପତ୍ର ଲିକ୍ ହୋଇଛି ତାହା ଜଣାପଡିବ ।
ପ୍ରଶ୍ନପତ୍ର ଭାଇରାଲ ରୋକିବାକୁ ବଡ଼ ପଦକ୍ଷେପ । ମାଟ୍ରିକ ପ୍ରଶ୍ନପତ୍ରରେ ରହିବ ୱାଟରମାର୍କ
ଚଳିତ ବର୍ଷ ଠାରୁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏଭଳି କରିବା ଦ୍ୱାରା ପ୍ରଶ୍ନପତ୍ର ଲିକ୍ ରୋକାଯାଇପାରିବ ବୋଲି କୁହାଯାଇଛି । କାରଣ ମୋବାଇଲ କ୍ୟାମେରା କିମ୍ବା ସ୍କାନରରେ ଫଟୋ ଉଠିଲେ ତାହା ଧରାପଡିବ ।
/kanak/media/media_files/2025/01/14/rSXePOggNjWlarMxtINr.jpg)