ଅନୁଗୁଳ କରଡ଼ାଗାଡିଆ ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆଇଟି ରେଡ୍ । ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥା ଉପରେ ଚଢାଉ

ଅନୁଗୁଳ କରଡ଼ ଗାଡ଼ିଆର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆଇଟି ଚଢ଼ଉ କରୁଛି। ଶକ୍ତି ଇଣ୍ଟର ନାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ସ୍ଥାନରେ ଚଢାଉ କରାଯାଉଛି। ପାରଳାଖେମୁଣ୍ଡିରେ ଥିବା ସମୁଦି ଘରେ ବି ଚଢ଼ଉ କରୁଛି ଆୟକର ବିଭାଗ। ଚଢାଉ ବେଳେ ୧୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି।

ffsfsdfsda

fsafssdfsd

କନକ ବ୍ୟୁରୋ : ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍‌। ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍। ଅନୁଗୁଳରେ ଆୟକର ବିଭାଗର ତିନି ଜଣିଆ ଟିମ ତଦନ୍ତ ଚଳାଇଛନ୍ତି। ଅନୁଗୁଳ କରଡ଼ ଗାଡ଼ିଆର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଏକାଧିକ ସଂସ୍ଥାରେ ଆଇଟି ଚଢ଼ଉ କରୁଛି। ଶକ୍ତି ଇଣ୍ଟର ନାସନାଲ ହୋଟେଲ ଗ୍ରୁପ ସମେତ ଢେଙ୍କାନାଳ ମଦ ବଟଲିଙ୍ଗ ପ୍ଲାଣ୍ଟ ଭଳି ୨୫ଟି ସ୍ଥାନରେ ଚଢାଉ କରାଯାଉଛି। ପାରଳାଖେମୁଣ୍ଡିରେ ଥିବା ସମୁଦି ଘରେ ବି ଚଢ଼ଉ କରୁଛି ଆୟକର ବିଭାଗ। ଚଢାଉ ବେଳେ ୧୦ କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି। ତାଳଚେରର ମା' ହିଙ୍ଗୁଳା ଟ୍ରାନ୍ସପୋର୍ଟରେ ମଧ୍ୟ ରେଡ୍ କରିଛି ଆଇଟି ଟିମ୍। ମୂଷା ବେହେରା ଓ ମହେନ୍ଦ୍ର ବେହେରାଙ୍କ ବିଭିନ୍ନ ସଂସ୍ଥାରେ ଏକ ସମୟରେ ଚଢ଼ଉ ହୋଇଛି। ଚଢ଼ଉ ବେଳେ ବାପ ପୁଅଙ୍କର ୩୦ କୋଟି ଡିସ୍କ୍ରିପାନସିର ପ୍ରମାଣ ପାଇଛି ଆୟକର ବିଭାଗ। ଅର୍ଥାତ୍ ଆୟ ଠାରୁ ୩୦ କୋଟି କମ୍ ଦେଖାଇଛନ୍ତି। ବାପା ପୁଅଙ୍କ ସଂସ୍ଥାକୁ ୨୦୨୩ ରେ ବି  ଜିଏସଟି ଚଢ଼ଉ କରିଥିଲା। ସେଇ ଆଧାରରେ ଏହି ଚଢ଼ଉ ହୋଇଛି। ଉଭୟ ଘଟଣାରେ ଆୟକର ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe