କନକ ବ୍ୟୁରୋ : ଥାଇଲାଣ୍ଡର ବ୍ୟାଙ୍କକରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ସ୍କୁଲ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ଯାଉଥିବା ଏକ ବସରେ ନିଆଁ ଲାଗିଯିବା ସହ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପରିବହନ ମନ୍ତ୍ରୀ ସୁରିଆ ଘଟଣାସ୍ଥଳରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବସଟି କେନ୍ଦ୍ରୀୟ ଉଥାଇ ଥାନି ପ୍ରଦେଶରୁ ୪୪ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ବ୍ୟାଙ୍କକ୍ ଅଭିମୁଖେ ଯାଉଥିବା ବେଳେ ମଧ୍ୟାହ୍ନରେ ରାଜଧାନୀର ଉତ୍ତର ଉପକଣ୍ଠ ପଥୁମ୍ ଥାନି ପ୍ରଦେଶରେ ନିଆଁ ଲାଗିଯାଇଥିଲା । ଆଭ୍ୟନ୍ତରୀଣ ମନ୍ତ୍ରୀ ଅନୁତିନ ଚେରନୱିରାକୁଲ କହିଛନ୍ତି ଯେ ଘଟଣାସ୍ଥଳରେ ତଦନ୍ତ ଶେଷ ହୋଇନଥିବାରୁ କର୍ତ୍ତୃପକ୍ଷ ମୃତକଙ୍କ ସଂଖ୍ୟା ଏପର୍ୟ୍ୟନ୍ତ ନିଶ୍ଚିତ କରିପାରି ନାହାନ୍ତି, କିନ୍ତୁ ବଞ୍ଚିଥିବା ଲୋକଙ୍କ ସଂଖ୍ୟାକୁ ଆଧାର କରି ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବଞ୍ଚିଥିବା ପିଲାମାନଙ୍କ ମଧ୍ୟରୁ କେତେକ ଆହତ ହୋଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ପୂରା ବସ ଜଳୁଛି ଏବଂ ସେଥିରୁ କଳା ଧୂଆଁ ବାହାରୁଛି । ଛାତ୍ରଛାତ୍ରୀଙ୍କ ବୟସ ଓ ଅନ୍ୟାନ୍ୟ ବିବରଣୀ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଥିବା ଜଣେ ଉଦ୍ଧାରକାରୀ କହିଛନ୍ତି ଯେ ଟାୟାର ଫାଟିବା ପରେ ବସଟି ନିୟନ୍ତ୍ରଣ ହରାଇ ରାସ୍ତାର ଡିଭାଇଡରରେ ଧକ୍କା ଦେଇଥିଲା, ଫଳରେ ସେଥିରେ ନିଆଁ ଲାଗିଯାଇଥିଲା । ତେବେ ସରକାରୀ ତଦନ୍ତ ରିପୋର୍ଟ ଆସିବା ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ ।
ଥାଇଲ୍ୟାଣ୍ଡ ବ୍ୟାଙ୍କକରେ ବଡ଼ ଅଘଟଣ । ରାସ୍ତା ଉପରେ ଜଳିଗଲା ସ୍କୁଲ ବସ୍ । ଶିକ୍ଷକଙ୍କ ସହ ୨୫ ଜଣଙ୍କ ମୃତ୍ୟୁ
ପରିବହନ ମନ୍ତ୍ରୀ ସୁରିଆ ଘଟଣାସ୍ଥଳରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ବସଟି କେନ୍ଦ୍ରୀୟ ଉଥାଇ ଥାନି ପ୍ରଦେଶରୁ ୪୪ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନେଇ ବ୍ୟାଙ୍କକ୍ ଅଭିମୁଖେ ଯାଉଥିବା ବେଳେ ମଧ୍ୟାହ୍ନରେ ରାଜଧାନୀର ଉତ୍ତର ଉପକଣ୍ଠ ପଥୁମ୍ ଥାନି ପ୍ରଦେଶରେ ନିଆଁ ଲାଗିଯାଇଥିଲା । ଆଭ୍ୟନ୍ତରୀଣ ମନ୍ତ୍ରୀ ଅନୁତିନ ଚେରନୱିରାକୁଲ କହିଛନ୍ତି ଯେ ଘଟଣାସ୍ଥଳରେ ତଦନ୍ତ ଶେଷ ହୋଇନଥିବାରୁ କର୍ତ୍ତୃପକ୍ଷ ମୃତକଙ୍କ ସଂଖ୍ୟା ଏପର୍ୟ୍ୟନ୍ତ ନିଶ୍ଚିତ କରିପାରି ନାହାନ୍ତି, କିନ୍ତୁ ବଞ୍ଚିଥିବା ଲୋକଙ୍କ ସଂଖ୍ୟାକୁ ଆଧାର କରି ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।