ମଲ୍ଲାକା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର, ଆଜି ନେଇପାରେ ଅବପାତର ରୂପ

୪୮ ଘଣ୍ଟା ଭିତରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା । ଆନ୍ଧ୍ର-ତାମିଲନାଡୁରେ ହୋଇପାରେ ବଡ ବର୍ଷା

Cyclone

Cyclone Photograph: (KanakNews)

କନକ ବ୍ୟୁରୋ: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ଅବପାତରେ ପରିଣତ ହୋଇପାରେ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଆହୁରି ଆଗକୁ ବଢ଼ିବା ସହ ପରବର୍ତ୍ତୀ ୪୮ ଘଣ୍ଟା ଅର୍ଥାତ୍ ୨୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରରେ ବଢ଼ିଲା ବାତ୍ୟା ଭୟ : ଆଗାମୀ ଦୁଇ ଦିନ ମଧ୍ୟରେ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ପୂର୍ବାନୁମାନ

୨୫ ତାରିଖ  ସଂଧ୍ୟାଠାରୁ ସମୁଦ୍ର ଭିତରେ ବାତ୍ୟାର ପ୍ରକୋପ ବଢ଼ିବ। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୭୦ କିଲୋମିଟର ରହିବ। ୨୬ ତାରିଖ ସକାଳୁ ପବନର ଘଣ୍ଟାପ୍ରତି ବେଗ ୬୦ରୁ ୭୦ କିଲୋମିଟର ଏବଂ ସ୍ଥଳବିଶେଷରେ ସର୍ବାଧିକ ୮୦ କିଲୋମିଟର ରହିପାରେ । ବାତ୍ୟାରେ ପରିଣତ ହେଲା ପରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୦୦ କିମି ରହିବ। ବଂଗୋପସାଗରେ ବାତ୍ୟା ଆସୁଥିବା ସ୍ପଷ୍ଟ ହୋଇଥିଲେ ବି ଗତିଗଥ ଜଣାପଡିନାହିଁ । ଆନ୍ଧ୍ର-ପ୍ରଦେଶ, ପୁଡ଼ୁଚେରୀ, ତାମିଲନାଡ଼ୁ ଉପକୂଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ମତ୍ସୀଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।   ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରାଜ୍ୟରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ  । ୨୭ ନଭେମ୍ବର ପରେ ରାଜ୍ୟକୁ ଥଣ୍ଡା ଶୁଷ୍କ, ଉତ୍ତରାପବନ ପ୍ରବେଶ କରିବା ସମ୍ଭାବନା ରହିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe