ସୃଷ୍ଟି ହେଲା ଲଘୁଚାପ ; ୨୪ ତାରିଖ ସକାଳେ ଓଡିଶା ଉପକୂଳ ଅତିକ୍ରମ କରିବ ‘ଦାନା’

ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର । ଆସନ୍ତାକାଲି ଅବପାତ,୨୩ରେ ନେଇପାରେ ବାତ୍ୟାର ରୂପ । ୨୪ ସକାଳେ ଓଡିଶା ଉପକୂଳ ଅତିକ୍ରମ କରିବ ବାତ୍ୟା ‘ଦାନା’ ।

14laghu

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସକାଳେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ଆସନ୍ତାକାଲି ସକାଳୁ ଅବପାତରେ ପରିଣତ ହେବ। ୨୩ ତାରିଖ ସୁଦ୍ଧା ବାତ୍ୟାରେ ପରିଣତ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହା କ୍ରମଶଃ  ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ୨୪ ତାରିଖରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି। 

ସମୁଦ୍ରରେ ଧୀରେ ଧୀରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ବାତ୍ୟାର ଗତିପଥ କଣ ରହିବ, କେଉଁଠି ସ୍ଥଳଭାଗ ଛୁଇଁବ, ତାହା ସ୍ପଷ୍ଟ ହେବ। ଆସନ୍ତାକାଲିଠୁ ୨୫ ତାରିଖ ପର୍ଯ୍ୟନ୍ତ ୩ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷିବା ସମ୍ଭାବନା ରହିଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ। ତାସହ ପବନ ମଧ୍ୟ ବହିବ। ୨୩ ତାରିଖରେ ଘଣ୍ଟା ପ୍ରତି ୪୦ରୁ ୪୫ କିଲୋମିଟର ଏବଂ ଲ୍ୟାଣ୍ଡଫଲ ବେଳେ ୧୦୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିବାର ସମ୍ଭାବନା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe