ଜୀବିତ ମହିଳାଙ୍କୁ ମୃତ ଦର୍ଶାଇ ସୁଭଦ୍ରାରୁ କାଟିଦେଲେ, ଭୂମିହୀନଙ୍କୁ ଦଶ ଏକର ଜମିର ମାଲିକ, ଶ୍ରମିକଙ୍କୁ ଚାକିରିଆ ଦର୍ଶାଇ ଯୋଜନାରୁ ବାଦ

୨୦୨୪ ସେପ୍ଟେମ୍ବର ୯ରେ ସୁଭଦ୍ରା ଟଙ୍କା ପାଇଁ ପଞ୍ଜିକୃତ କରାଇ ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ହେଲେ ଦ୍ବିତୀୟ କିସ୍ତି ଟଙ୍କା ଆସିଲାନି । କାରଣ ଖୋଜିବାରୁ ଜାଣିବାକୁ ପାଇଲେ, ସରକାରୀ ତଥ୍ୟରେ ତାଙ୍କୁ ମୃତ ଘୋଷଣା କରି ସୁଭଦ୍ରାରୁ ବଞ୍ଚିତ କରାଯାଇଛି । 

KþqKZþþ}ZZþ

କନକ ବ୍ୟୁରୋ : ସୁଭଦ୍ରା ଯୋଜନାରେ ଆବେଦନ କରିଥିବା କିଛି ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଥିବା ଅଭିଯୋଗ ଆସିଛି । ପ୍ରଥମ କିସ୍ତି ପାଇବା ପରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିନାହିଁ । ବିଭିନ୍ନ କାରଣ ଦର୍ଶାଇ ସୁଭଦ୍ରା ଯୋଜନାରୁ ବାଦ କରିଦିଆଯାଇଛି । ଗଜପତି ଜିଲ୍ଲା କାଶୀନଗର ବ୍ଳକ କେ.ସୀତାପୁର ପଞ୍ଚାୟତରେ ୫୦ ରୁ ଅଧିକ ମହିଳା ଏମିତି ଅଭିଯୋଗ ଆଣିଛନ୍ତି । 

୨୦୨୪ ସେପ୍ଟେମ୍ବର ୯ରେ ସୁଭଦ୍ରା ଟଙ୍କା ପାଇଁ ପଞ୍ଜିକୃତ କରାଇ ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ହେଲେ ଦ୍ବିତୀୟ କିସ୍ତି ଟଙ୍କା ଆସିଲାନି । କାରଣ ଖୋଜିବାରୁ ଜାଣିବାକୁ ପାଇଲେ, ସରକାରୀ ତଥ୍ୟରେ ତାଙ୍କୁ ମୃତ ଘୋଷଣା କରି ସୁଭଦ୍ରାରୁ ବଞ୍ଚିତ କରାଯାଇଛି । 

ସେହିଭଳି ଗଜପତି ମିନୀ ଗାଁର ତାରିଣୀ ଘଣ୍ଟ ସୁଭଦ୍ରା କିସ୍ତି ପାଇବାରୁ ବଞ୍ଚିତ ହୋଇଛନ୍ତି । ତାଙ୍କର ୧୦ ଏକର ଜମିର ମାଲିକାନା ଥିବା ଦର୍ଶାଯାଇଛି । ଏନେଇ ସିଡିପିଓ ଓ ବ୍ଲକ ପ୍ରଶାସନ ସହ ସୁଭଦ୍ରା ପୋଟାର୍ଲରେ ମଧ୍ୟ ଅଭିଯୋଗ କରାଯାଇଛି । ହେଲେ ଫଳ ଶୂନ । ପି.କମଲ ନାମକ ଜଣେ ମହିଳା ଶ୍ରମିକ ଭାବେ ଖଟି ନିଜ ପେଟ ପୋଷୁଥିବା ବେଳେ ସରକାରୀ ତଥ୍ୟରେ ସେ ସରକାରୀ ପେନସନ୍‌ ପାଉଥିବା ଦର୍ଶାଯାଇଛି। 

ସୁଭଦ୍ରା ଯୋଜନାରେ କିଏ ଜାଣିଶୁଣି ଏମିତି କରୁଛି ନା ଦାୟିତ୍ବରେ ଥିବା ଅଧିକାରୀଙ୍କ ଖାମଖିଆଲି ନୀତି ପାଇଁ ଏମିତି ହୋଇଛି । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି, ସୁଭଦ୍ରା ପୋର୍ଟାଲରେ ଅନଲାଇନ ଅଭିଯୋଗ କଲେ, ସମସ୍ୟାର ସମାଧାନ କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe