କନକ ବ୍ୟୁରୋ :ବିସ୍ଫୋରଣରେ ଥରିଲା ପାକିସ୍ତାନ । ବଲୋଚିସ୍ତାନର କ୍ୱୋଟା ରେଳ ଷ୍ଟେସନରେ ବୋମା ବିସ୍ଫୋରଣ ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଆହତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପ୍ରତିଦିନ ଭଳି ଷ୍ଟେସନରେ ଭିଡ଼ ଦେଖିବାକୁ ମିଳିଥିଲା । ଲୋକେ ଯାତ୍ରା କରିବା ପାଇଁ ଟିକେଟ କାଉଣ୍ଟରରେ ଭିଡ଼ ଜମାଇଥିଲେ । ଏହି ସମୟରେ ଷ୍ଟସେନର ଟିକେଟ୍‌ ବୁକିଂ କାଉଣ୍ଟରରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି ।

Advertisment

ଟ୍ରେନ୍‌ ପ୍ଲାଟ୍‌ଫର୍ମରେ ପହଞ୍ଚିବାର ଠିକ୍‌ ପୂର୍ବରୁ ବିସ୍ଫୋରଣ ଯୋଗୁଁ ଏତେ ଲୋକଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ପୋଲିସ ଓ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଅନେକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା ବଢ଼ିଛି । ମିଳିଥିବା ସୂଚନା ଅନୁସାରେ ସକାଳ ୯ଟାରେ କ୍ବେଟା ରେଳ ଷ୍ଟେସନରୁ ଜାଫର ଏକ୍ସପ୍ରେସ ଛାଡ଼ିବାର ଥିଲା । କିନ୍ତୁ ଟ୍ରେନ ପହଞ୍ଚିବା ପୂର୍ବରୁ ହିଁ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପାଇଁ ବଲୋଚିସ୍ତାନ ଲିବରେସନ ଆର୍ମୀ ନିଜକୁ ଦାୟୀ କରିଥିବା ଜଣାପଡ଼ିଛି।