କନକ ବ୍ୟୁରୋ: ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଗ୍ରାମ ଶିବ ମନ୍ଦିର ନିକଟ  ଏକ ଆଦର୍ଶ ଗାଈ ଗୁହାଳରୁ ବିପୁଳ ପରିମାଣର ଡିଟୋନେଟର ଜବତ କରିଛି ପୁଲିସ l ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧଠାରେ ଏକ ଗାଡ଼ିରେ କିଛି ଡିଟୋନେଟର ଥିବା ଗାଡିକୁ ତୁମୁଡିବନ୍ଧ ପୁଲିସ ଜବତ କରିଥିଲା l ପରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପୁର ସ୍ଥିତ ଏକ ଆଦର୍ଶ ଗାଈଗୁହାଳରେ ପଥର ବ୍ଲାଷ୍ଟ ଡିଟୋନେଟର ରହିଥିବା ଖବର ପାଇ ଚମାଖଣ୍ଡି ଥାନା ପୁଲିସ ସହାୟତାରେ ଚଢ଼ାଉ କରାଯାଇଥିଲା l କେତେ ପରିମାଣର ଡିଟୋନେଟର ଜବତ କରାଯାଇଛି ସେନେଇ ପୁଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନଥିବା ବେଳେ ବିପୁଳ ପରିମାଣର ଡିଟୋନେଟର ଜବତ କରାଯାଇଥିବା ଦେଖିବାକୁ ମିଳିଛି । ଗ୍ରାମର ଵି ମୋହନ ରେଡ୍ଡି ଏହାକୁ ଭଡ଼ା ଦେଇଥିବା ଜଗନ୍ନାଥପୁର ବିଟ ହାଉସ ଇନଚାର୍ଜ ସୂଚନା ଦେଇଛନ୍ତି ।